ବାରବାଟୀ ଦୋକାନ ଘରର ପରିଚାଳନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦାୟିତ୍ୱରେ
ଯାଜପୁର, (ଯୁଗାବ୍ଦ ନ୍ୟୁଜ): ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଚ୍ଥତା ଓ ସମୟ ଅନୁସାରେ ସମାପନ ପାଇଁ ସରକାର ଗୁରୁତ୍ୱ ଦେଇ ୫ ଟି କୁ ପ୍ରଣୟନ କରିଚ୍ଥନ୍ତି । ତତ୍ ସହିତ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ସ୍ୱାବଲମ୍ୱୀ କରିବାକୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ସହ ବିବିଧ ପ୍ରୋତ୍ସାହନ ମଧ୍ୟ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଦାନ କରୁଚ୍ଥନ୍ତି । ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ଧାନ ସଂଗ୍ରହରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିଥିବା ବେଳେ ଆଊ ପାଦେ ଆଗେଇ ବାରବାଟୀରେ ମହିଳା ମାନଙ୍କ ଦ୍ୱାରା ଚାଷ ହାଟର ପରିକଳ୍ପନା କରିଚ୍ଥି । ବାରବାଟୀ ଠାରେ ନିର୍ମାଣ ହୋଇ ଅବ୍ୟବହୃତ ଅବସ୍ଥାରେ ପଡିଥିବା ଦୋକାନ ଘର ଗୁଡିକୁ ବର୍ତ୍ତମାନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ଏହି ଦୋକାନ ଘର ଗୁଡିକ ଦୀର୍ଘ ଦିନ ଧରି ପଡି ରହିଥିବାରୁ ତାହାର ମରାମତି ଓ ପୁନଃରୁଦ୍ଧାର ପାଇଁ ନିୟନ୍ତ୍ରିତ ବଜାର କମିଟି ଓ ପଞ୍ଚାୟତ ରାଜ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଏହି ଦୋକାନ ଗୁଡିକରେ ବିଭିନ୍ନ କୃଷିଜାତ ସମାଗ୍ରୀ, ଊତ୍ପାଦିତ ସାମଗ୍ରୀ, ଟସର ସାମଗ୍ରୀ, ହସ୍ତତନ୍ତ ସାମଗ୍ରୀ, ପାରମ୍ପରିକ ପିଠା ଓ ଅନ୍ୟାନ୍ୟ ପାରମ୍ପରିକ ଦ୍ରବ୍ୟର ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ । ଜାତୀୟ ରାଜପଥ ନିକଟରେ ଏହା ଥିବାରୁ ପର୍ଯ୍ୟଟକ ମାନଙ୍କୁ ଅଧିକା ଆକର୍ଷିତ କରିବାର ସମ୍ଭାବନାକୁ ଦୃଷି୍ଟରେ ରଖି ପ୍ରଶାସନ ବିବିଧ ସହଯୋଗ ମଧ୍ୟ ପ୍ରସ୍ତୁତ କରୁଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସମାଜ କଲ୍ୟାଣ ବିବାଗର ମିଶନ ଶକ୍ତି ବୈଠକରେ ଜିଲ୍ଲାପାଳ ଏହି ପରାମର୍ଶ ଦେଇଚ୍ଥନ୍ତି । ମହିଳା ସଶକ୍ତିକରଣ ଓ ୫ ଟି ର ଅଂଶ ବିଶେଷ ଏହି କାର୍ଯ୍ୟ ବା ଦୋକାନ ଗୃହର ଶୁଭାରମ୍ଭ ଅକ୍ଟୋବର ମାସରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଚ୍ଥନ୍ତି ।