ବାରବାଟୀ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ
କଟକ, (ଯୁଗାବ୍ଦ ନ୍ୟୁଜ) : ନବ ବଧୁ ପରି ସଜେଇ ହେଲାଣୀ କଟକର ବାରବାଟୀ ଷ୍ଟାଡିୟମ । ଅପେକ୍ଷା ଆସନ୍ତା ୨୨ ତାରିଖକୁ । ଏହି ଦିନ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏନେଇ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଓସିଏ ସମସ୍ତେ କିଭଳି ଶାନ୍ତି ଶୃଙ୍ଖଳାରେ ମ୍ୟାଚଟି ସଂପୁର୍ଣ୍ଣ କରିବେ ସେନେଇ ତତ୍ପର । ଏନେଇ ଶନିବାର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଷ୍ଟାଡିୟମ ଯାଞ୍ଚ କରିବା ସହ ଦର୍ଶକ ଓ ଖେଳାଳୀ ମାନଙ୍କ ପାଇଁ କିଭଳି ସୁବିଧା ସୁଯୋଗ କରାଯାଇଛି ଏବଂ ଏହା ସହ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କିଭଳି ପଦକ୍ଷକ୍ଷେପ ନେଇଛି ତାହା ସେ ପଚାରି ବୁଝିଥିଲେ । ଏହି ସମୀକ୍ଷା ବୈଠକରେ ଓଡିଶାର ଆନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି , ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ , କଟକ ଡିସିପି ଅକ୍ଷିଳେଶ୍ୱର ସିଂଙ୍କ ସମେତ ଓସିଏର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


