ବାରମ୍ବାର ପୁଲିସ ଚଢ଼ାଉ ପରେବି ମୁଗୁପୁର ବଜାରରେ ମାନୁ ନାହାନ୍ତିି କଟକଣା

ହାଟଡ଼ିହି (ସୌମ୍ୟ ରଞ୍ଚନ ଆଚାର୍ଯ୍ୟ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ମୁଗୁପୁର ବଜାରରେ ଲକ୍ ଡାଉନ କଟକଣାର କୌଣସି ପ୍ରଭାବ ପଡୁନି । ବାରମ୍ବାର ପୁଲିସ ଚଢ଼ାଉକରି ଲୋକମାନଙ୍କୁ ଘଉଡାଉ ଥିଲେବି ପୁଲିସ ଚାଲିଯିବାପରେ ପରିସ୍ଥିତି ସମାନ ଅବସ୍ଥାକୁ ଆସୁଛି । ଏଠାରେ ଖୋଲାମଖୋଲା ଦେକାନ ବଜାର ଚାଲିଥିବାବେଳେ ପରିବା ମାର୍କେଟରେ ପ୍ରବଳ ଗହଳି ଲାଗି ରହୁଛି । ଚା ଦୋକାନ, ଜଳଖିଆ ଦୋକନ ଗୁଡିକରେ ଲୋକମାନଙ୍କ ଗହଳି ଦେଖିବାକୁ ମିଳିଛି । ଅନେକ ଲୋକ ରାଜ୍ୟ ବାହାରୁ ଆସିଥିବାବେଳେ ସେମାନେ ଏହି ମାର୍କେଟରେ ଖୁଲାମଖୁଲା ବୁଲିବା ସହିତ ସମସ୍ତଙ୍କ ସହିତ ମିଳାମିଶା କରୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ସେମାନେ ସେତିକି ସଚେତନ ହୋଇନାହାନ୍ତି । ପୁଲିସ ଚଢ଼ାଉବେଳେ ଦଉଡି ପଳାଉଥିବାବେଳେ ପୁଲିସ ଫେରିଗଲା ପରେ ପୁନର୍ବାର ଆସି ଗହଳି କରୁଛନ୍ତି । ଅଞ୍ଚଳର କିଛି ସଚେତନ ନାଗରିକ ଲୋକମାନଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ସେମାନଙ୍କୁ ବୁଝାସୁଝା କରୁଥିଲେବି ସେମାନେ ଏହାକୁ ଗ୍ରହଣ ନକରି ସେମାନଙ୍କ ସହିତ ଝଗଡା ଝାଟି କରୁଥିବାରୁ ସଚେତନ ନାଗରିକ ମାନେ ବାଧ୍ୟ ହୋଇ ନିରବ ରହିବା ସହିତ ଏ ସମ୍ପର୍କରେ ବିଡିଓ ଏବଂ ପୁଲିସ କର୍ତ୍ତୁପକ୍ଷଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଶେଷକରି ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶହଶହ ଲୋକଙ୍କ ଗହଳି ହେଉଥିବାରୁ ପୁଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ