ବାରହା ଆକ୍ରମଣରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି କାଟୁ ବ୍ଲକ ତଥା ଶେରଗଡ଼ ବନପାଳଙ୍କ କାର୍ଯ୍ୟାଳୟ ଅଧିନ ଖଣ୍ଡରା ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମ୍ୟ ପରିବେଶ ଉତ୍ସବମୁଖର ଥିବା ବେଳେ ଶୁକ୍ରବାର ଅପରାହ୍ନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି।ଗ୍ରାମ ନିକଟସ୍ଥ ଘୋଡାହାଡ଼ ନଦୀ ପଠାକୁ ସ୍ନାନ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଯୁବକ ବାରହା ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଜଣକ ହେଲେ ଖଣ୍ଡରା ପାଟଣା ସାହିର ପଦ୍ମ ଗୌଡ଼(୫୬)।ଗ୍ରାମବାସୀ ସେଠାରୁ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ବାରହା ଆକ୍ରମଣ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ସୃଷ୍ଟି ହୋଇଛି।ହିଂସ୍ର ବାରହାଟି ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା ବେଳେ ଗ୍ରାମବାସୀ ଶେରଗଡ଼ ଅନୁବିଭାଗ ଓ ଆସିକା ବନାଞ୍ଚଳ ବିଭାଗକୁ ଖବର ଜଣାଇ ଥିଲେ।ଖୁବ ଶୀଘ୍ର ବାରହା ପଳକୁ ଆୟତ୍ତ କରାଯିବ ବୋଲି ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା କହିଛନ୍ତି।ଆହତ ପଦ୍ମଙ୍କ ଚିକିତ୍ସା ଚାଲିଥିବା ଡାକ୍ତରଖାନା ସୂତ୍ରରୁ ଖବର ମିଳିଛି।ବାରହା ପଲର ଉପଦ୍ରବ ଯୋଗୁଁ ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।ପରେ ଶେରଗଡ଼ ବନପାଳ ହରିକୃଷ୍ଣ ବାରିକଙ୍କ ନେତୃତ୍ୱରେ ମୋହନ ଚାନ୍ଦ ପ୍ରଧାନ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ