ବାରହା, ମାଙ୍କଡ଼ ଓ ଜଳସେଚନ ସମସ୍ୟା ସମାଧାନ ପାଇଁ ୨୦ ଦିନରେ ଶେଷଦେବଙ୍କ ନ୍ୟାୟ ଯାତ୍ରା

ସରକାର କୃଷି ମହୋତ୍ସବ କରୁଛନ୍ତି । କୃଷି ବଜେଟ୍ ହେଉଛି । କୃଷି ପୁରସ୍କାର ପାଉଛନ୍ତି । କିନ୍ତୁ କୃଷିର ଆଦ୍ୟ ମୂଳ ଅ, ଆ କାମ କରୁନାହାନ୍ତି । ମହାନଦୀ ପାଣି ସମୁଦ୍ରରେ ମିଶୁଛି । କିନ୍ତୁ ଚାଷୀର କ୍ଷେତକୁ ଯାଇପାରୁନାହିଁ । ମହାନଦୀ ପାଣି ପାଇଁ ସରକାରୀ ଦଳ ଆନ୍ଦୋଳନ ନାଟକ କରୁଛି । କିନ୍ତୁ ଏଯାବତ୍ ମହାନଦୀର ପାଣି ନଦୀ ଅବବାହିକାର ଗୋଟେ କିଲୋମିଟର କି ଦୁଇ କିଲୋମିଟର ପହଞ୍ôଚ ପାରୁନାହିଁ । ଏହା ହେଉଛି ୭୦ ବର୍ଷର ସ୍ୱାଧୀନତା ପରେ ସରକାରଙ୍କର ଚାଷୀ ଓ ଚାଷ ପ୍ରତି ମନୋବୃତ୍ତି । ଗୋଟେ ଗୋଟେ ପଞ୍ଚାୟତରେ ୧୦୦, ୨୦୦ ବାରହା ଚାଷୀଙ୍କ ବାଦାମ, ଖମ୍ବଆଳୁ, ଧାନ ସବୁକିଛି ଖାଇ ଯାଉଛନ୍ତି । ଜଙ୍ଗଲ ବିଭାଗ ନିରବଦ୍ରଷ୍ଟା । ଷଣ୍ଢ, ମାଙ୍କଡ଼, ବାରହା, ହାତୀ ଉପଦ୍ରବରେ ଚାଷୀ ପନିପରିବା କରିବା ଛାଡ଼ିଦେଲେଣି । କିନ୍ତୁ ସରକାର ଭୁବନେଶ୍ୱରରେ ମିଛ କୃଷି ମହୋତ୍ସବ କରୁଛନ୍ତି । ଆଜି ଶ୍ରୀ ଶେଷଦେବ ନନ୍ଦ ତାଙ୍କ ୨୦ ଦିନିଆ ନ୍ୟାୟଯାତ୍ରାରେ ଭାପୁର ବ୍ଲକରେ ବିଭିନ୍ନ ଗ୍ରାମସଭାମାନଙ୍କରେ ଚାଷୀମାନଙ୍କୁ ସମ୍ବୋଧିତ କରି ଏଭଳି ବର୍ଷିଛନ୍ତି ରାଜ୍ୟ ସରକାରଙ୍କ ଉପରେ । ଏହା ସହ ଗ୍ରାମବାସୀମାନଙ୍କୁ ସଜାଗ କରି କହିଛନ୍ତି ଯେ ଗାଁରେ ମନ୍ଦିର କୋଠଘର ଢେର ହୋଇଗଲା । ଏଣିକି ସମସ୍ତେ ମିଶି କୋଲଡ ଷ୍ଟୋର୍ ଓ ଉଠାଜଳସେଚନ ପଏଣ୍ଟ କଲେ ଗ୍ରାମବାସୀ ଖାଇବାକୁ ପାଇ ବଞ୍ଚିବ ନଚେତ୍ ମରିଯିବ । ଆଜି ଶ୍ରୀ ନନ୍ଦ ପଥରଚକଡ଼ା, ରାକମା ଓ ଏଲୋପଡ଼ାରେ ଚାଷୀମାନଙ୍କୁ ଏଭଳି ବକ୍ତବ୍ୟ ଦେଇ ଏଭଳି କଥା ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ନାଥ ମହାରଣା ପ୍ରଚାର ଅଭିଯାନର ମୋର୍ଚ୍ଚା ସମ୍ଭାଳୁଥିବା ସଙ୍ଗଠନର ପ୍ରତି୍‌ଷ୍ଠାତା ସଭ୍ୟ ଦେବୀପ୍ରସାଦ ମହାରଣା ଓ ଜିଲ୍ଳା ସଂଯୋଜକ ମହେଶ୍ୱର ଜେନା ସହ ସଂଯୋଜିକା ମମତା ନାଥ ପ୍ରମୁଖ ମଣ୍ଡିରେ ଧାନ ସମସ୍ୟାଠାରୁ ଆରମ୍ଭ କରି ଗାଁରେ ଗ୍ରାମୀଣ ଯୁବକ କିଭଳି ରୋଜଗାର ପାଇବେ ସେ ନେଇ ସରକାର ଅର୍ଥ ଖର୍ଚ୍ଚ କରିବାକୁ ଦାବି କରିିଥିଲେ । ଆଜିର ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଭାଗବତ ପରିଡା, ବାଉରୀବନ୍ଧୁ ବେହେରା, ନିରଞ୍ଜନ ପ୍ରଧାନ, ଗୌରାଙ୍ଗ ଜେନା, ଜିଲ୍ଲା ସହ ସଂଯୋଜକ ରଞ୍ଜିତ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଦେବୀପ୍ରସାଦ ମହାରଣାଙ୍କ ବୈପ୍ଳବିକ ସଙ୍ଗୀତ ସବୁ ଗାଁରେ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳେଇଥିଲା । ଜିଲ୍ଲା ସହ ସଂଯୋଜକ ପ୍ରସନ୍ନ ପ୍ରଧାନ ଆଜିର ସବୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆସନ୍ତାକାଲି ପଦଯାତ୍ରୀମାନେ ଖୋର୍ଦ୍ଧାରେ ପହଞ୍ଚିବେ । ସେଠାରୁ ତାଙ୍କୁ ଜିଲ୍ଲା ନେତୃମଣ୍ଡଳୀ ପାଛୋଟି ନେବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ