ନ୍ୟାୟ ପଦଯାତ୍ରୀଙ୍କୁ ସାଗରଗାଁଓରେ ଭବ୍ୟ ସମ୍ବର୍ଦ୍ଧନା

ବୋଲଗଡ଼ : ନେତାଜୀ ଜୟନ୍ତୀରୁ ରଘୁନାଥ ପୀଠ ଓଡଗାଁରୁ ଶେଷଦେବ ନନ୍ଦ ଆରମ୍ଭ କରିଥିବା ‘ନ୍ୟାୟଯାତ୍ରା’ ନୟାଗଡ଼ ଡେଇଁ ଖୋର୍ଦ୍ଧାରେ ପହଞ୍ôଚଛି । ସାଗର ଗାଁଓରେ ପହଞ୍ôଚବା ପରେ ଜିଲ୍ଲା ସଂଯୋଜକ ସୁରେଶ ମାନସିଂ, ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ପାଇକ ଆଖଡାଦଳ ସମର କଳା ପ୍ରଦର୍ଶନ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଆଜିର ଏହି ପଦଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦାନ କରିଥିଲେ । ଶୋଭାଯାତ୍ରାରେ ଏକ ସାଧାରଣ ସଭା ସୁରେଶ ମାନସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରାକାରୀଙ୍କୁ ଉଦବୋଧନ ଦେଇ କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ ସ୍ୱାଧୀନତା ପରେ ସମସ୍ତେ ସେମାନଙ୍କର ଭାଗ ବାଣ୍ଟି ନେଇଥିଲା ବେଳେ ଚାଷୀଙ୍କୁ ଆତ୍ମହତ୍ୟା ରାସ୍ତାକୁ ଠେଲି ଦେଇଛନ୍ତି । ଅତ୍ୟନ୍ତ ସ୍ୱାଭିମାନୀ, ଆତ୍ମନିର୍ଭରଶୀଳ ଚାଷୀ ବର୍ଷ ବର୍ଷ ଧରି ରାଷ୍ଟ୍ର କୃପା ଉପରେ ନିର୍ଭର ନ କରି ନିଜେ ନିଜକୁ ପୋଷଣ କରିବା ଦ୍ୱାରା ସରକାରୀ କର୍ମଚାରୀ ଓ ରାଜନେତା ଦେଶର ସମସ୍ତ ପାଣ୍ଠିକୁ ନିଜର ଦରମା ପେନସନ୍ ଆକାରରେ ହଡପ କରୁଛନ୍ତି । ଅଥଚ କ୍ରମାଗତ କ୍ଷତି ସହି ଚାଷ କରୁଥିବା ଚାଷୀ ଯେତେବେଳେ ନିଜର ହକ୍ ପାଇଁ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବରେ ଲଢ଼େଇ କରୁଛି ସେତେବେଳେ ତଥାକଥିତ ଗଣତାନ୍ତ୍ରିକ ରାଷ୍ଟ୍ରଶକ୍ତି ପୋଲିସ୍ ବଳ ଲଗାଇ ଦମନ କରୁଛି । ଏଥର ଚାଷୀ ସଂଗଠନ ଏଭଳି ସଶକ୍ତ ଭାବରେ ଆନ୍ଦୋଳନ କରିବ ଯେ ସରକାର ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇବେ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ଭାଷଣରେ ଚାଷୀମାନଙ୍କୁ ଆହ୍ୱାନ ଦେଇ କହିଲେ ଯେ ବାର୍ଦ୍ଧକ୍ୟ ଭତ୍ତାର ପରିମାଣ, ଧାନ ଦର, ଚାଷୀଙ୍କ ବୀମା ଯାହା ଦେଖିବ ସେଥିରେ ଜଣେ ନିରାଶ ହେବ । ଗୋଟେ କୃଷିପ୍ରଧାନ ରାଜ୍ୟରେ କୃଷକଙ୍କୁ ଯେତେ ଶୋଷଣ କରାଯିବା କଥା ତାଠାରୁ ଢେର ଶୋଷଣ କରାଯାଉଛି । ମାତ୍ର ଚାଷୀମାନେ ଅତ୍ୟାଚାରିତ ଓ ଶୋଷଣ ହେଲେ ବି ପ୍ରତିବାଦ କରୁନାହାନ୍ତି । ଯାହାର ଫଳସ୍ୱରୂପ କର୍ମଚାରୀମାନେ ୭ମ ବେତନ ପାଇଲା ପରେ ବି ଚାଷୀମାନଙ୍କୁ ସ୍ୱାମୀନାଥନ କମିଟିର ସୁପାରିଶ୍ କାର୍ଯ୍ୟକାରୀ ହେଉନି ଓ ବୁଢ଼ା ଚାଷୀଟିର ଭତ୍ତା ମାତ୍ର ୫୦୦ ପାଇଛି । ଏ ଅବିଚାର ବିରୋଧରେ ୧୦୦ ଦିନିଆ ‘ନ୍ୟାୟଯାତ୍ରା’ ଚାଷୀଙ୍କ ସପକ୍ଷରେ ତା ମୁହଁରେ ହସ ଫୁଟାଇବା ପାଇଁ ହେଉଛି ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାହ୍ନୁ ବେହେରା, ନିରଞ୍ଜନ ପ୍ରଧାନ, ବେଗୁନିଆ ବ୍ଲକ ସଂଯୋଜକ ମଦନ ସାହୁ, ପ୍ରସନ୍ନ ପ୍ରଧାନ, ଅଭିମନ୍ୟୁ ଗୁମାନ ସିଂ, ନୟାଗଡ଼ ସଂଯୋଜକ ମହେଶ୍ୱର ଜେନା, ମମତା ନାଥ, ପ୍ରଫୁଲ୍ଲ ସାହୁ, ସୁଦର୍ଶନ ଦେବତା ପ୍ରମୁଖ ଯୋଗ ଦେଇଥିଲେ । ସାଗର ଗାଁଓର ସମ୍ବର୍ଦ୍ଧନା ପରେ ଜରିପଡ଼ା, ଗୋଡ଼ି ଆଦି ଗାଁକୁ ପଦଯାତ୍ରୀମାନେ ଯାଇ ସେଠାରେ ସାଧାରଣ ସଭା କରି ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ସଂଗଠନ ପ୍ରତିଷ୍ଠାତା ସଦସ୍ୟ ଦେବୀ ପ୍ରସାଦ ମହାରଣା ସବୁଦିନ ପରି ଆଜି ମଧ୍ୟ ବୈପ୍ଳବିକ ସଙ୍ଗୀତ ଗାନ କରି ଚାଷୀମାନଙ୍କ ଭିତରେ ଆନ୍ଦୋଳନ ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ । ସୁରେନ୍ଦ୍ରନାଥ ମହାରଣା, ବାଉରୀବନ୍ଧୁ ବେହେରା, ଭାଗବତ ପରିଡାଙ୍କୁ ସାଗରଗାଁଓରେ ସମ୍ବର୍ଦ୍ଧନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ