ବାରିକପୁର ଅଞ୍ଚଳରେ ଗଣେଶ ପୂଜା ପାଳିତ

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଅଞ୍ଚଳରେ କୋଭିଡ ଗାଇଡଲାଇନ ଅନୁଯାୟୀ ଗଜାନନଙ୍କ ପୂଜାଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବେଲମଳା ଗ୍ରାମ ଠାରେ ସବୁବର୍ଷ ପରି ଚଳିତବର୍ଷ ଶ୍ରଦ୍ଧା ଓ ଭକ୍ତିର ସହିତ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପାଳନ କରାଯାଇଥିବାବେଳେ ଏଥିରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ପାଳନ କରାଯାଇଥିଲା । ନିୟମିତ ପୂଜକଙ୍କ ଦ୍ୱାରା ଗଜାନନଙ୍କୁ ଆବାହନ କରାଯାଇ ସଂଙ୍କଳ୍ପ କର୍ତ୍ତା, କର୍ତ୍ତୀଙ୍କ ପକ୍ଷରୁ ପୂଜା କାର୍ଯ୍ୟ ବୈଦିକ ବିଧି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ସରସଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେନାପତିଙ୍କ ଦ୍ୱାରା ବିଘ୍ନନାଶନଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତ କର୍ମଚାରୀଙ୍କ ସମେତ ମହିଳା ଏସଏଚଜି ପକ୍ଷରୁ ଏମବିକେ ଓ ସିଆରପି ମାନେ ଯୋଗଦେଇଥିଲେ । ଅନୁରୂପ ଭାବେ ଶାରଦା ବିଦ୍ୟାମନ୍ଦିର ଠାରେ ପ୍ରଧାନଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ପୂଜକ ରାମଚନ୍ଦ୍ର ପଣ୍ଡା ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରିଥିଲେ । ନିଆରା ଭାବେ ଅନୁଷ୍ଠିତ ହୋଇଥିବା ପୂଜାକାର୍ଯ୍ୟରେ ଅବସରପ୍ରାପ୍ତ ଶିକ୍ଷକ ନରହରି ମହାନ୍ତି ଯୋଗଦେଇ ବିଘ୍ନନାଶନଙ୍କ ମାହାତ୍ମ୍ୟ ଉପରେ ସୂଚନା ଦେଇଥିଲେ । ଗୁରୁଜୀ ସୁଶାନ୍ତ ସେନାପତିଙ୍କ ଦ୍ୱାରା ୧୦୮ଗଣେଶ ମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ର ସହିତ ଅଖଣ୍ଡ ନାମ କୀର୍ତ୍ତନ ଅନୁୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ନାୟକ, ଗଙ୍ଗାଧର ପଳତା, ଦିଲ୍ଲୀପ ଜେନା, ନିତ୍ୟାନନ୍ଦ ସେନାପତି, କେଶବ ସେଠୀ, ସୁଜାତା ପଣ୍ଡା, କୁଞ୍ଜଲତା ସେନାପତି, ସୁଶାନ୍ତ ପଣ୍ଡା, ପ୍ରତିଭା ନାୟକ, ସ୍ନେହଲତା ମହାନ୍ତି, କବିତା ତ୍ରିପାଠୀ ପ୍ରମୁଖ ଗୁରୁଜୀ ଗୁରୁମା ମାନେ ପରିଚାଳନା କରିଥିଲେ । ଏହାଛଡା ନିର୍ଗୁଣ୍ଡି, ଜଳମଣ୍ଡୁଆ, ନେଉଳିଆ ପ୍ରମୁଖ ସ୍ଥାନରେ ପୂଜା ଅନୁଷ୍ଠିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ