ବାରୁଅ ମଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ପଂଚାୟତର ସିଦ୍ଧ ମହାପୁରୁଷ ମଠ ପରିସରରେ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ବିଡାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ବାରୁଅ ତଥା ଆଖପାଖ ଗ୍ରାମ ଗୁଡିକର ୨୭୪ଜଣ ଲୋକ ସେମାନଙ୍କ ଚକ୍ଷୁ ମାଗଣାରେ ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨ଜଣ ଚକ୍ଷୁ ଅସ୍ତ୍ରୋ୍ରପ୍ରଚାର ପାଇଁ କଟକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ । ଏହି ଶିବିରକୁ ଆପୁନ ପଲାଇ, ଅତିସ ପଲାଇ, ଅସିତ ପଲାଇ, କାଳିଆ ଦାସ, ଶ୍ରୀଧର ଦାସ, ଗଣିଆ ସ୍ୱାଇଁ, ସନ୍ତୋଷ ସାମଲ, ଟୁଟୁଆ ସାହୁ ଓ ପୂର୍ବତନ ଜିଲ୍ଲା ବିଜେଡି କୃଷକ ସେଲର ସଭାପତି ସୈାମେନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।