ବାର୍ଡଫ୍ଲୁ ଚିନ୍ତା : ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା କରାଯାଉଛି ସଂଗ୍ରହ

ଭୁବନେଶ୍ବର : ପୁଣି ବାର୍ଡଫ୍ଲୁ ଚିନ୍ତା । ବାର୍ଡ ଫ୍ଲୁ ରୋକିବା ପାଇଁ ଚିଲିକାରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଉଛି । ବାର୍ଡ ଫ୍ଲୁ ପାଇଁ ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଚିଲିକା ନଳବଣରୁ ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରିଛି ବନ୍ୟପ୍ରାଣୀ ବିଭାଗ । ଏହା ସହ ବାଲୁଗାଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ମଧ୍ୟ ନମୁନା ସଂଗ୍ରହ କରାଯାଇଛି । ୩ ବିଦେଶାଗତ ପକ୍ଷୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ସଂଗୃହୀତ ନମୁନା ଭୋପାଳା ଟେଷ୍ଟିଂ ଲ୍ୟାବକୁ ପଠାଯିବାକୁ ବ୍ୟବସ୍ଥା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ