ସରିଲା ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର- ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ସଂସଦୀୟ ଦଳର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆଗକୁ ଆରମ୍ଭ ହେବାକୁଥୁବା ସଂସଦର ବଜେଟ୍ ଅଧିବେଶନବେଳେ ଉଭୟ ସଦନରେ ବିଜେଡି ସଦନରେ ଦଳର ରଣନୀତି ନେଇ ଆଲୋଚନା ହୋଇଛି। ବୈଠକ ପରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଏଥର ଅଧିବେଶନରେ କୋଇଲା ରୟାଲ୍ଟି ବୃଦ୍ଧି, ମହାନଦୀ ସମସ୍ୟାର ସମାଧାନ, ପୋଲଭରମ ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ପୂର୍ବରୁ ଯେଉଁ ଦାବି ରହିଥିଲା ତାହା ପୁଣି ଉତ୍ଥାପନ କରାଯିବ । ତା ସହିତ ଜିଏସଟି ଲାଗୁ ହେବା ଦ୍ୱାରା ରାଜ୍ୟର ଯେଉଁ ରାଜସ୍ବ କ୍ଷତି ଘଟିଛି ତାହା କିପରି ଭରଣା କରାଯିବ ସେ ବିଷୟରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ