ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଭୁବନେଶ୍ୱରସ୍ଥିତ ଅଟଳ ଭବନରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଭୁବନେଶ୍ୱରର ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅକ୍ଷୟ ପାଣି, ଗୁରୁପ୍ରସାଦ ମିଶ୍ର, ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ଡ. ଶିବପ୍ରସାଦ ବେହେରା, ଆଣ୍ଟି କରପସନ ଇଣ୍ଟେଲିଜେନ୍ସ ଓଡ଼ିଶା ଶାଖାର ସମ୍ପାଦକ ଲାୟନ ଇଂ ବିପିନ ବହାରୀ ନାୟକ, ସ୍ୱାଗତିକାର ଅଧ୍ୟକ୍ଷ ଅସିତ କୁମାର ମହାନ୍ତି, ତାଳଚେର ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଧୀରମୋହନ ରାୟ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ଡ. ଅଭିନ୍ନ ଚନ୍ଦ୍ର ହୋତା, ଆଣ୍ଟି କରପସନ ଇଣ୍ଟେଲିଜେନ୍ସ ଓଡ଼ିଶା ପିଆରଓ ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କରୋନା ମହାମାରୀ ସମୟରେ ଫାଉଣ୍ଡେସନ ତରଫରୁ କରାଯାଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହିଭଳି ଆଗେଇ ଆସି ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି ସାଧାରଣ ଲୋକମାନଙ୍କୁ ସୁରକ୍ଷା ଓ ସେବାରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତିବିଶେଷଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜଣେ ଦିବ୍ୟାଙ୍ଗ ମହିଳା ଲକ୍ଷ୍ମୀ ପାତ୍ରଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଥିଲା । ଉତ୍ସବରେ ଉପସ୍ଥିତ ଅତିଥିମାନେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଆରମ୍ଭ କରାଯାଇଥିବା ସେବାମୂଳକ କାର୍ଯ୍ୟକୁ ଏଭଳି ଏଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା କରିବା ଦ୍ୱାରା ସେମାନଙ୍କ ମନୋବଳ ବୃଦ୍ଧିରେ ସହଯୋଗ କରୁଥିବାରୁ ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । କମଲ କିଶୋର ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ