ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ୍‌

ଗାଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍‌) : କ୍ଷତ୍ରିୟବରପୁରରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ ତମ କ୍ରୀଡା ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ୍ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୁପେ ସ୍ଥାନୀୟ ସରପଞ୍ଚରାଜେନ୍ଦ୍ର ଗୈାଡ,ମୁଖ୍ୟବକ୍ତା ଆଦର୍ଶ ବିଦ୍ୟାଳୟ ଅଧକ୍ଷ ସଦାଶିବ ପ୍ରଧାନ ,ସମ୍ମାନୀତ ଅତିଥି ପରିଚାଳନା କମିଟି ସଭାପତି ହରିଶଙ୍କର ଆଚାରୀ, ଯୋଗଦେଇଥିଲେ ।ପ୍ରଧାନ ଶିକ୍ଷକ ସୁନିତା କୁମାର ତ୍ରିପାଠୀ ,କ୍ରୀଡା ପତାକା ଉତ୍ତୋଳନ କରିଥିଲେ ।ଯୋଗ ଦେଇଥିବା ଅତିଥିମାନେ ଖେଳର ଉପକାରିତା ଉପରେ ଆଲୋକପାତ କରିଥିଲେ । ବିଚାରକ ଭାବେ ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ସନାତନ ନାୟକ, ପୁରାତନ ଛାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ