ବାର ଆସୋସିଏସନ ପକ୍ଷରୁ ଆଇନଜୀବୀ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳ ଗୌରବ ମଧ୍ୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଆଇନଜୀବୀ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଅଦାଲତ ପରିସରରେ ଆୟୋଜିତ ଉତ୍ସବରେ ବରିଷ୍ଠ ଆଇଜନୀବୀ ପୁରୁଷୋତ୍ତମ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ଜାତିର ବିକାଶ ଓ ସ୍ୱତନ୍ତ୍ର ଉତ୍କଳ ନିର୍ମାଣରେ ମଧୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଷଲ । ବାର ଆସୋସିଏସନର ସଭାପତି ମନୋଜ କୁମାର ନାୟକ ଏଥିôରେ ପୌରୋହିତ୍ୱ କରିବା ସହିତ ଉତ୍କଳ ଗୌରବଙ୍କ ଜୀବନାଦର୍ଶ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଜୀବନରେ ବହୁ ଘାତପ୍ରତିଘାତ, ନିନ୍ଦା ଅପବାଦ ତଥା ଅଭାବ ଅନଟନର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ମଧୁବାବୁଙ୍କ ଦୃଢ଼ ମନୋବଳ ଉତ୍କଳୀୟଙ୍କ ଚେତନା ଜାଗ୍ରତରେ ସହାୟକ ହୋଇଥିଲା ବୋଲି ସେ ମତ ପ୍ରକାଶ କରିଥିଲେ । ବାର ଆସୋସିଏସନର ସମ୍ପାଦକ ଦୀପକ କୁମାର ଦାଶ ଏଥିରେ ମଞ୍ଚାସୀନ ହୋଇ ମଧୁବାରିଷ୍ଟରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଆଇନଜୀବୀଙ୍କୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଆଇନଜୀବୀ ରଘୁନାଥ ମଲ୍ଲିକ ଓ ପ୍ରତାପ ପଣ୍ଡା ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାର ଆସୋସିଏସନର କର୍ମକର୍ତ୍ତା ଜିତେନ୍ଦ୍ର ଉପାଧ୍ୟାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ନପୂର୍ଣ୍ଣା ରାଉତ, ରଞ୍ଜିତ ପଣ୍ଡା, ପ୍ରଶାନ୍ତ ନାୟକ, ପିନାକୀ ଧୀର, ବାସନ୍ତୀ ସାହୁ, ସୌରୀଶଙ୍କର ପରିଡ଼ା, ରାମକୃଷ୍ଣ ଜେନା, ଦେବାଶିଷ ପତି, ଅକ୍ଷୟ ପାଶା, ଗୀତାଞ୍ଜଳି ନନ୍ଦ ପ୍ରମୁଖଙ୍କ ସମେତ ଆସୋସିଏସନର ବହୁ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।