ସୋରଡା ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ ଟି ସଚିବ ଙ୍କୁ ପତ୍ର ଲେଖିଲେ କାଉନସିଲର

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ର ଉନ୍ନତି ପାଇଁ ଓଡିଶା ୫ଟି ସଚିବଙ୍କୁ ଅନୁରୋଧ କରିଛନ୍ତି ସୋରଡା ଏନ ଏସି ର ୦୮ ନମ୍ବରୱାର୍ଡର କାଉନସିଲର ବର୍ତମାନ ପରିସ୍ଥିତିରେ ସୋରଡା ଜଗନ୍ନାଥମନ୍ଦିର ର ଆବଶ୍ୟକ ମରାମତି ସହ ପୁନରୁଦ୍ଧାର କାର୍ଯ୍ୟର ଆବଶ୍ୟକତା ରହିଛି। ମନ୍ଦିରର ରୋଷେଇଘର ଅତ୍ୟନ୍ତ ଦୟନିୟ ଭାବେ ଭଗ୍ନଅବସ୍ଥାରେ ରହିଛି।ସେହିପରି ମନ୍ଦିର ର ଅନ୍ୟାନ କାର୍ଯ୍ୟକୁ ମଧ୍ୟ ତ୍ବରାନିତ କରିବାର ଆବଶ୍ୟକତା ରହିଛି। ଗଞ୍ଜାମ ଜିଲ୍ଲା ସୋରଡା ଜଗନ୍ନାଥ ମନ୍ଦିର ୧୭ଶ ମସିହାରେ ଖିଡିଶିଙ୍ଗୀ ରାଜବଂଶ ରାଜା କୁଞ୍ଜବିହାରୀ ସିଂଦେଓଙ୍କ ସମୟରେ ନିର୍ମାଣ କରାଯାଇଥିବା ବେଳେ ଆଜକୁ ଏହାପ୍ରାୟ ୩୫୦ ବର୍ଷ ପୁରୁଣା ହେଲାଣି। ବର୍ତମାନ ଖିଡିଶିଙ୍ଗୀ ରାଜବଂଶ ଦାୟାଦଡା ଦେବଦତ୍ତ ସିଂଦେଓ ଜଗନ୍ନାଥଙ୍କ ସେବାରେ ନିୟୋଜିତ ହେବା ସହ ୧୩୦ ବର୍ଷପରେ ଛେରାପହଁରା ନୀତି ସମ୍ପନ୍ନ କରୁଛନ୍ତି। ସୋରଡା ଜଗନ୍ନାଥ ମନ୍ଦିରଟି ଓଡିଶା ହିନ୍ଦୂ ଦେବୋତ୍ତର ବିଭାଗ ଅଧୀନରେ ରହିଛି । ହିନ୍ଦୁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ର ପ୍ରତିଦିନ ପୂଜାନୀତି ପାଇଁ ମିଳୁଥିବା ଅନୁଦାନ ପର୍ଯ୍ୟାପ୍ତ ହେଉନଥିବା କହିଛନ୍ତି କାଉନସିଲର। ଏପରି ପରିସ୍ଥିତିରେ ମନ୍ଦିର ଚଳାଇବା ଏକ କଷ୍ଟକର ବ୍ୟାପାର ବୋଲି କହିଛନ୍ତି କାଉନସିଲର। ମନ୍ଦିରର ପୂଜାନୀତି ପାଇଁ ଯଥେଷ୍ଟ ହେଉନଥିବା ଅନୁଦାନ କିପରି ରଥଯାତ୍ରା ଠାରୁ ଆରମ୍ଭକରି ମନ୍ଦିର ର ମରାମତି ପାଇଁ ଯଥେଷ୍ଟ ହେବ ତାହା ଚିନ୍ତାର ବିଷୟ । ଦୀର୍ଘଦିନ ହେଲା ମନ୍ଦିର ର ରଙ୍ଗ ଦେବା କାର୍ଯ୍ୟ ହୋଇ ନ ପାରିବା ଯୋଗୁଁ ମନ୍ଦିର ଏବେ ସଂପୂର୍ଣ୍ଣ କଳା ପଡି ଗଲାଣି। ଆବଶ୍ୟକ ଅର୍ଥ ଅଭାବ ଯୋଗୁଁ ୩୦୦ବର୍ଷ ରୁ ଉର୍ଦ୍ଧ ହେବ ପ୍ରଭୁ ଜଗନ୍ନାଥଙ୍କ ନବକଳେବର ମଧ୍ୟ ସମ୍ଭବ ହେଉନି । ବର୍ତମାନ ରାଜ୍ୟ ସରକାର ମନ୍ଦିର ମଠ ର ଉନ୍ନତ୍ତି ପାଇଁ ଆବଶ୍ୟକ ଅନୁଦାନ ଦେଉଥିବା ବେଳେ ରାଜ୍ୟର ୫ଟି ସଚିବ ବିଭିନ୍ନ ଧାର୍ମିକ ପିଠ ପରିଦର୍ଶନ କରି ଏହାର ଉନ୍ନତି କରଣ ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରୁଣା ୩୦୦ବର୍ଷ ରୁ ଉର୍ଦ୍ଧ ଏହି ପ୍ରାଚୀନ ମନ୍ଦିର ପାଇଁ ଆବଶ୍ୟକୀୟ ଅନୁଦାନ ଏ ଯାବତ ମିଲୁନି । ଏପରିକି ସୋରଡା ରୁ ଜିତୁଥିବା ନିର୍ବାଚିତ ପ୍ରତିନିଧି ମାନେ ମଧ୍ୟ ଏହି ପ୍ରାଚୀନ ମନ୍ଦିରର ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ନାହାନ୍ତି ଯାହା ଫଳରେ ରାଜ୍ୟରୁ ଆର୍ଥିକ ଅନୁଦାନ ମିଳିବା ସମ୍ଭବ ହେଉନି। ଏପରି ସ୍ଥିତିରେ ସୋରଡା ୦୮ନମ୍ବର ୱାର୍ଡର କାଉନସିଲ ର ଏହି ମନ୍ଦିର ସୁରକ୍ଷା ଓ ପୁନରୁଦ୍ଧାର ଓ ମରାମତି ପାଇଁ ଆବଶ୍ୟକ ପଡୁଥିବା ଅନୁଦାନ ନିମନ୍ତେ ରାଜ୍ୟ ସରକାରଙ୍କ ୫ଟି ସଚିବଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ୫ଟି ସଚିବ ଏଥି ପ୍ରତି ଦ୍ରୁଷ୍ଟି ଦେଇ ମନ୍ଦିର ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ମରାମତି ପାଇଁ ଆବଶ୍ଯକୀୟ ଅନୁଦାନ ପ୍ରଦାନ କଲେ ସୋରଡାରେ ଥିବା ଗଞ୍ଜାମ ଜିଲ୍ଲାର ୩୦୦ ରୁ ଉର୍ଦ୍ଧ ବର୍ଷର ଏହି ପ୍ରାଚୀନ ମନ୍ଦିର ର ଉନ୍ନତି ହୋଇପାରନ୍ତା ବୋଲି ଏଠା କାର ସହର ବାସୀ ଆଶା ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ