ବାଲାବାବା କ୍ଲବର ସାଧାରଣ ବୈଠକ ଓ ପୁରସ୍କାର ବିତରଣ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡାର ଦୀର୍ଘ ୪୬ବର୍ଷର ପ୍ରତିଷ୍ଠିତ ବାଲାବାବା କ୍ଲବର ସାଧାରଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କାକଟସ୍ଥିତ ଲୋକନାଥ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲବ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ସଂଘର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଥିବା ୧୯ ବର୍ଷରୁ କମ୍ ସିନିୟର ବିଭାଗର ଗ୍ରୁପ ପର୍ଯ୍ୟାୟରେ ଡେରାବିଶିଠାରେ ଶୀର୍ଷସ୍ଥାନରେ କୃତିତ୍ୱ ଅର୍ଜନ କରିଥିବାରୁ ଓ ୧୬ ଏବଂ ୧୪ବର୍ଷରୁ କମ୍ ବିଭାଗରେ ଅନୁଷ୍ଠିତ କ୍ରିକେଟ୍ ଖେଳରେ କୃତିତ୍ୱ ଅର୍ଜ୍ଜର୍ନ କରିଥିବା ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କୋଭିଡି ନିୟମ ଅନୁପାଳନ ପୂର୍ବକ ବାଲାବାବା କ୍ଲବ୍ର ସଭାପତି ଅଜୟ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପିଲାମାନଙ୍କୁ କ୍ଲବର ସୁନାମ ଅର୍ଜନ କରିବା ପାଇଁ ଶୃଙ୍ଖଳା, ଏକାଗ୍ରତା ଓ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏହି କ୍ଲବ ଅତୀତରେ ବହୁ କ୍ରିକେଟ ମ୍ୟାଚ ଖେଳି ବିଜୟ ହୋଇ ସୁନାମ ଅର୍ଜନ କରିଛନ୍ତି । ସେହିପରି ଆଗାମୀ ପିଲାମାନଙ୍କୁ କଠିନ ପରିଶ୍ରମ କରି କ୍ଲବର ସୁନାମ ବଜାୟ ରଖିବାକୁ ସେ ଉପଦେଶ ଦେଇଥିଲେ । କ୍ଲବର ବହୁ ପୁରାତନ ସଦସ୍ୟ ଏଥିରେ ଯୋଗଦେଇ କ୍ଲବର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କ୍ଲବ ପାଇଁ ଆବଶ୍ୟକୀୟ ଉପକରଣ କିମ୍ବା ଆର୍ôଥକ ସହାୟତା ସବୁ କ୍ଷେତ୍ରରେ ଆଗେଇ ଆସି ଓଡିଶାର ଅଭିଜ୍ଞ ଖେଳାଳିମାନଙ୍କୁ ଆଣି କ୍ଲବର ଖେଳାଳିମାନଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ବିଗତ ବର୍ଷରେ କ୍ଲବର ଦିବଂଗତ ସଦସ୍ୟଙ୍କ ପାଇଁ ସ୍ମୃତିଚାରଣ କରିଥିଲେ । ଏହି ବୈଠକରେ ଉପସଭାପତି ବିଦ୍ୟୁତ ରଞ୍ଜନ ନାୟକ, ସମ୍ପାଦକ ଅନ୍ନଦା ପ୍ରସାଦ ଦାସ, ସହ ସମ୍ପାଦକ ଗାଙ୍ଗେୟ କୁମାର ବିଶ୍ୱାଳ, କୋଷାଧକ୍ଷ ଚିତ୍ତ ରଞ୍ଜନ ମହାନ୍ତିଙ୍କ ସହିତ ବରିଷ୍ଟ ସଦସ୍ୟ ନାରାୟଣ ସାହୁ, ପ୍ରଭାତ ମହାରଣା, ଜ୍ୟୋତି ପ୍ରକାଶ ନାୟକ, ବିଶ୍ୱ ପ୍ରକାଶ ନାୟକ, କମଳାକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି କ୍ଲବ୍ର ଉଦୀୟମାନ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ସହ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲା । ୨୦୨୦-୨୧ ବର୍ଷର ୧୪ ଓ ୧୬ବର୍ଷ ବୟସରୁ କମ୍ ବର୍ଗରେ ଅଭିଜିତ ପଟ୍ଟନାୟକ, ଅଶୁତୋଷ ମହାନ୍ତି, ଅମ୍ଳାନଜ୍ୟୋତି ସାମନ୍ତରାୟ, ପ୍ରଭୁଦତ୍ତ ଜେନା, ଋତିକ୍ ରାଉତରାୟ ଓ ୧୯ ବର୍ଷରୁ କମ୍ ବର୍ଗରେ କୌଶିକ୍ ବେହେରା, ପୁଷ୍ପରାଜ ମଲ୍ଲିକ୍, ଅମୁଲ୍ୟ ନାୟକ, ଅଭିଷ୍ୟ କିଶୋର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅମିତ ସାହୁ, ବିକାଶ ପରିଡା, ସଂଜୀବ ସାହୁ, ପ୍ରମୋଦ ସାମଲ, ପରେଶ ମହାନ୍ତିଙ୍କୁ ୨୦୨୦-୨୧ ବର୍ଷର ସର୍ବଶ୍ରେଷ୍ଠ ଖେଳାଳି ରୁପେ ସମ୍ମାନିତ କରାଯାଇଥିଲା । ଏମରଜିଙ୍ଗ ପ୍ଲେୟାରସ୍ ଭାବେ ହିମାଂଶୁ ଶେଖର ଷଡଙ୍ଗୀ, ଅମିତ ନାୟକ, ଆଦର୍ଶ ଦାସ, ବିଜୟ ଦାସ, ତୁଷାର ରଞ୍ଜନ ରାଉତ, ମୋଜାକିର ଖାନ୍, ସୀତାକାନ୍ତ ସାହୁଙ୍କୁ ପୁରଷ୍କୃତ କରାଯାଇଥିଲା । ଅମିତ ତ୍ରିପାଠୀ, ଅମିତ ବିକ୍ରମ ଦାସ, ବିକ୍ରମ ପରିଡା, ମହମ୍ମଦ ବକ୍ତିଆରଙ୍କୁ ଶୃଙ୍ଖଳିତ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା । କୁନି ଖେଳାଳି ଭାବେ ଆରସାଦ ଇକବାଲ୍ଙ୍କୁ ମଧ୍ୟ ପୁରସ୍କୃୃତ କରାଯାଇଥିଲା । ଏହି ଅବସରରେ ବାଲାବାବା କ୍ଲବର ମ୍ୟାନେଜର ସୁବାଷ ସାହୁ, ବରିଷ୍ଠ ଖେଳାଳି ଅସିତ ଦାସ, ରାଜରାମ ମହାନ୍ତି, ଜୀବନ ମହାନ୍ତି, ଚିନ୍ମୟ କୁମାର ବିଶ୍ୱାଳ, ବିଜୟ କର, ସୁଧାଂଶୁ ଶେଖର ପତି, ହିମାଂଶୁ ମେହେର ସିଂହ, ବୀରେନ ସ୍ୱାଇଁ, ସଞ୍ଜୟ ବିଶ୍ୱାଳ, ବିବେକ ବିକାଶ ମହାନ୍ତି, ରଜନୀକାନ୍ତ ନାୟକ, ପ୍ରକାଶ ମାହାଳିକ, ରଶ୍ମୀ ରଞ୍ଜନ ମହାନ୍ତି, ଶୁଭେନ୍ଦୁ ନାୟକ, ରାମଚନ୍ଦ୍ର ସାମଲ, ବିବେକାନନ୍ଦ ସାହୁ, ସୁବାଷ ସାହୁ, ନେତ୍ରାନନ୍ଦ ସାହୁ, ସେକ ସଇବୁଦ୍ଦିନ, ସେକ ତଫିରୁଦ୍ଦିନ, ରଞ୍ଜନ କୁମାର ଜେନାଙ୍କ ସମେତ ବହୁ ଉଦୀୟମାନ ଖେଳାଳି ରେଯାଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଆଗାମୀ ଦିନରେ କ୍ରିକେଟ୍ ବ୍ୟତିତ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।


