“ବାଲା’ ପରେ ଫିଲ୍ମରୁ ଲମ୍ବା ବ୍ରେକ୍ ନେବେ ଆୟୁଷ୍ମାନ

ଲଗାତାର ଭାବେ ଦର୍ଶକଙ୍କୁ ହିଟ୍ ଚଳଚ୍ଚିତ୍ର ଭେଟି ଦେଉଥିବା ସୁପରଷ୍ଟାର ଆୟୁଷ୍ମାନ ଖୁରାନ୍ନା ଥକି ଗଲେଣି । ଆପଣ ଭାବୁଥିବେ କାହିଁକି । ଗାଟିଏ ପରେ ଗାଟିଏ ଫିଲ୍ମର ଶୁଟିଂ କରୁଥିବାରୁ ସେ ନିଜକୁ ତଥା ପରିବାରକୁ ମଧ୍ୟ ସମୟ ଦେଇପାରୁନାହାନ୍ତି । ଏଥିପାଇଁ ଏବେ ଆୟୁଷ୍ମାନ ଶୁଟିଂରୁ କିଛି ଦିନ ବ୍ରେକ୍(ବିରତି) ନେଇ ଲମ୍ବା ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍ତ୍ରୀ ତାହିରା ଏବେ ଏବେ କ୍ୟାନସର ସହ ଲଢ଼ି ଜିତିଛନ୍ତି । ହେଲେ ଫିଲ୍ମର ଶୁଟିଂରେ ବ୍ୟସ୍ତ ରହୁଥିବା କାରଣରୁ ଆୟୁଷ୍ମାନ ତାଙ୍କୁ ସମୟ ଦେଇ ପାରୁନାହାନ୍ତି । ଏଣୁ ସେ ନଭେମ୍ବର ୧୫ରୁ ଛୁଟିରେ ରହିବେ । ଏହି ସମୟ ସେ ସ୍ତ୍ରୀ ଏବଂ ଦୁଇ ପୁଅଙ୍କ ସହ ନିଜକୁ ସମୟ ଦେବେ ।ନଭେମ୍ବର ୨୨ରେ ଆୟୁଷ୍ମାନ ଅଭିନୀତ “ବାଲା’ ପରଦାକୁ ଆସିବ । ଖୁବ୍ଶୀଘ୍ର ସେ ଏହାର ପ୍ରମୋଶନ ଶେଷ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ