ବାଲିଆପାଳ ଶାରିରୀକ ମହାବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବାଲିଆପାଳ ଶାରିରୀକ ମହାବିଦ୍ୟାଳୟର ୧୯୯୨/୯୩ ବ୍ୟାଚର ସିପିଇଡି ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶକ୍ତି ରଞ୍ଜନ ମିଶ୍ରସଭାପତିତ୍ୱ କରିଥିବାବେଳେ ଏସ.ସି.ବି ମେଡିକାଲ କଲେଜର ତାରିଣୀ ପ୍ରସାଦ ଦାସ, ଉକ୍ରଳ ବିଶ୍ୱବିଦ୍ୟାଳୟର ଅମ୍ବିକା ପ୍ରସାଦ ରାୟ, ସରକାରୀ ଶାରିରୀକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ମନମୋହନ ରାଉତ ପ୍ରମୁଖ ଯୋଗଦେଇ ଶାରିରୀକ ଶିକ୍ଷାକୁ କିପରି ବିଦ୍ୟାଳୟ ସ୍ତରରେ ସାମିଲ କରି ଛାତ୍ରଛାତ୍ରୀ ମାନଙ୍କର ମାନସିକ ଓ ବୌଦ୍ଦିକ ବିକାଶ ଘଟିବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ଜ୍ଞାନ କର, ଗୀତା ପାଢ଼ୀ, ଅନିତା ବାରିକ, ଶକୁନ୍ତଳା ଦତ୍ତ, ସୁଧିର ପାଢ଼ୀ, ଭାଗିରଥି ସାହୁ, ହେମନ୍ତ ଦାସ, ବଳରାମ ସାହୁ, ନିରଞ୍ଜନ ସଚିନ ସିଂଦେଓ, ଉମାକାନ୍ତ ମହାନ୍ତ, ତନୁଶ୍ରୀ ରାଉତ, ପ୍ରଣୟ ମହାନ୍ତି, ଦ୍ୱାରିକା ପାଢ଼ୀ, ଅରୁଣ ମହାନ୍ତି, ମମତା ଶେଖର, ଦୀପାଳି ମହାନ୍ତ, ସୁମନ୍ତ ନାମତା, ଅରୁଣ ମହାନ୍ତି, ଶାନ୍ତନୁ ରାଉତଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।