ହାଟଡିହି ହାଇସ୍କୁଲରେ ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍ଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ହାଟଡିହି ହାଇସ୍କୁଲ ପରିସରରେ ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ବିଡିଓ ବିନିତା ବିଜୟନୀ, ଏବିଇଓ ତଥା ବିଆରସିସି ସୁରେଶ କୁମାର ଯେନା, ଏବିଇଓ ଧନେଶ୍ୱର ଖଣ୍ଡେଇ, ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କେନ୍ଦ୍ରରେ ଉଦ୍ଦିଷ୍ଟ ତାଲିମ ଥେରାପି ସ ପରାମର୍ଶମାନ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ସୁଶ୍ରୀ ବିନିତା ବିଜୟିନୀ ପ୍ରକାଶ କରିଥିଲେ । ଏହି ଅବସରରେ ୭୫ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାଟିଫିକେଟ ଓ ପୁରସ୍କାର ବଣ୍ଟନ କରାଯାଇଥିଲା । ବି.ଆର.ଟି ବିଶ୍ୱଭୂଷଣ ରାଉଳ, ବିଘ୍ନରାଜ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ