ବାଲିଆ ଅଂଚଳର ଅଲିଭା ପ୍ରଦୀପ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବାଲିଆ ଅଂଚଳର ଅଲିଭା ପ୍ରଦୀପ ବିଶିଷ୍ଟ ଲେଖକ , ଧର୍ମପରାୟଣ, ସମାଜସେବୀ, ଅବସରପ୍ରାପ୍ତ ଶିକ୍ଷକ, ବାଲିଆ ବଳଦେବ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ତଥା କବି କୁମୁଦି ମୃତ୍ୟୁଞ୍ଜୟ ମହାନ୍ତିଙ୍କ ବିୟୋଗରେ ଶନିବାର ତାଙ୍କ ବାସଭନରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବଳଦେବ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ରାଜକିଶୋର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବକ୍ତାମାନେ ଯୋଗଦେଇ ସୂର୍ଗତ ମହାନ୍ତିଙ୍କ ଜୀବନକାଳ ମଧ୍ୟରେ ତାଙ୍କ ଦ୍ୱାରା ଲିଖିତ ବହୁ ପୁସ୍ତକ ମଧ୍ୟରୁ ତୁଳସୀ କ୍ଷେତ୍ରର ତୁଳସୀ ପଦ୍ମ ଡାକ୍ତର ସରୋଜ କାନ୍ତ କାନୁନଗୋ ଅନ୍ୟତମ ଥିଲା ଓ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୂର୍ଗତ ଜାନକି ବଲ୍ଲଭ ପଟ୍ଟନାୟକଙ୍କ ଠାରୁ କବି କୁମୁଦି ଉପାଧିରେ ସମ୍ମାନୀତ ହୋଇଥିଲେ ବୋଲି କହିଥିଲେ । ଏଥିସହିତ ବକ୍ତାମାନେ ସୂର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ଭାଗବତପୁର ପଂଚାୟତ ସରପଂଚ ଧରଣୀଧର ଦାସ, ବଳଦେବ ସାଂସ୍କୃତିକ ପରିଷଦର ବାନାମ୍ବର ସାହୁ,ଦେବକୀନନ୍ଦନ ମିଶ୍ର,ନିରଞ୍ଜନ ସ୍ୱାଇଁ,ଜଗଦିଶ ସାହୁ,ସୁବାଷ ଚନ୍ଦ୍ର ବରାଳ,ବିଭୂତରଞ୍ଜନ ରାଉତ,ପୂର୍ଣ୍ଣଚନ୍ଦ୍ର ମିଶ୍ର,ସୁଶାନ୍ତ ସାହୁ,ଉପେନ୍ଦ୍ର ପାଲ,ମାନସରଞ୍ଜନ ଦାସ,କାହ୍ନୁଚରଣ ଦାସ,କିଶୋର ଚନ୍ଦ୍ର ସ୍ୱାଇଁ,ରାଜଗୋପାଳ ମହାନ୍ତି,ପୁତ୍ର ସୁଧାଂଶୁ ଶେଖର ମହାନ୍ତି,ନିଗମ ଶେଖର ମହାନ୍ତି ସୁନିଲ ମହାନ୍ତି, ମଦନମୋହନ ବେହେରା, ନାରାୟଣ ସ୍ୱାଇଁ ଓ ତାଙ୍କର ନାତି ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଅଫିସର ଶୋହନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ