ବୁଗୁଡା ବ୍ଳକରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ବୟାଳସି ହଜାର ଟଙ୍କା ସହାୟତା

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ଜିଲ୍ଲାପରିଷଦ ସଦସ୍ୟ ଓ ସଦ୍ୟସ୍ୟା ଙ୍କ ସମେତ ଜଣେ ବଦାନ୍ୟ ବ୍ୟକ୍ତି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧,୪୨,୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ବୁଗୁଡା ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ରାଜର ଲୋକ ପ୍ରତିନିଧି ବୃନ୍ଦ ୧ ଲକ୍ଷ ୨୨ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଜଣେ ଅବସର ପ୍ରାପ୍ତ ଶିକ୍ଷକ କୁମୁଦ ଚନ୍ଦ୍ର ଷଡଙ୍ଗୀ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ସମୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ବୟୋଜ୍ୟେଷ୍ଠ ନେତା ରେବତୀ ମୋହନ ନାୟକ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା,ପୁର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, କବିରାଜ ଗୌଡ଼, ବିବେକାନନ୍ଦ ବାରିକ,ସୁଶାନ୍ତ କୁମାର ଆପଟ,କୃଷ୍ଣ ଚନ୍ଦ୍ର ରା, ରାମଚନ୍ଦ୍ର ନାୟକ,ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ