ବାଲିଆ ପ୍ରାଥମିକ ସ୍କୁଲ ବନ୍ଦ କରାନଯିବା ପାଇଁ ମହିଳା ଅଭିଭାବିକା ଭେଟିଲେ ଜିଲ୍ଲାପାଳଙ୍କୁ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଂଚାୟୁତର ବାଲିଆ ପ୍ରାଥମିକ ବିଦ୍ୟାଳୟଟି ବନ୍ଦ କରାନଯିବା ପାଇଁ ଶନିବାର ପୂର୍ବାହ୍ନରେ ଗ୍ରାମ୍ୟ ଶିକ୍ଷା କମିଟିର ଅଧ୍ୟକ୍ଷ,ସଦସ୍ୟ/ସଦସ୍ୟା,ଛାତ୍ରାଭିଭାବକ ଓ ଗ୍ରାମର ମହିଳା ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବାଲିଆ ପ୍ରାଥମିକ ସ୍କୁଲରେ ୧୪ଜଣ ଛାତ୍ରଛାତ୍ରୀ ନିୟମିତ ଭାବେ ଅଧ୍ୟୟନ କରୁଥିଲେ ମଧ୍ୟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାଇ ସେହି ସ୍କୁଲଟି ଆବଶ୍ୟକ ଛାତ୍ରଛାତ୍ରୀଙ୍କ ଅଭାବରୁ ଏବଂ ୧୧ରୁ କମ ଛାତ୍ରଛାତ୍ରୀ ଥିବାରୁ ବନ୍ଦ ହେବାକୁ ଯାଉଛି । ତେଣୁ ସେମାନେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲରେ ପଢୁଥିବା ୧୪ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ବାଲିଆ ପ୍ରାଥମିକ ସ୍କୁଲକୁ ବନ୍ଦ ନକରିବା ପାଇଁ ନିବରଦନ କରିଥିଲେ । ଜିଲ୍ଲାପାଳ ସେମାନଙ୍କ ଅଭିଯୋଗ ଉପରେ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ସୁଚିତ୍ରା ସାହୁ,ଜୟନ୍ତୀ ନାୟକ,ଅନ୍ନପୂର୍ଣ୍ଣା ସାହୁ,ରଜନୀ ମହାନ୍ତି,ମିନତୀ ମନ୍ତ୍ରୀ,ବିଦ୍ୟୁଲତା ମହାନ୍ତି,ସ୍ୱର୍ଣ୍ଣଲତା ନାୟକ,ଭାରଥ ମହାନ୍ତି,ସଂଯୁକ୍ତା ମହାନ୍ତି,ସୁଲୋଚନା ନାୟକ ପ୍ରମୁଖ ଶତାଧିକ ଛାତ୍ରାଭିଭାବକ ଓ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ