ଶିକ୍ଷକଙ୍କୁ ମିଳିନି ଦରମା

ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ଗଂଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ୫୪୦ ଜଣ ଶିକ୍ଷକଙ୍କ ଦରମା ମିଳିନାହିଁ । ଦରମା ନପାଇ କେବଳ ଶିକ୍ଷକ ନୁହଁନ୍ତି ଶିକ୍ଷକଙ୍କ ପରିବାର ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଏହାକୁ ପ୍ରଶାସନ ନିରଦଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ପ୍ରତିଦିନ ହଜାର ହଜାର ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢାଇ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଥିବା ଶିକ୍ଷକ ମାନଙ୍କ ଏହି ଅସୁବିଧା ପାଇଁ ଲୋକମାନଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି । ବିଇଓ କାର୍ଯ୍ୟାଳୟର କର୍ମଚାରୀ ଦରମା ସହଯୋଗ କରୁନଥିବାରୁ ପାଟି ଖୋଲୁନାହାନ୍ତି । ବିଆରସିସି ଶିକ୍ଷକ ମାନଙ୍କୁ ଅତିଶିଘ୍ର ଦରମା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ