ବାଲିକୁଦା ବ୍ଲକ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ

ଜଗତସିଂହପୁର, (ଅନସୂୟା ରାଉତ):ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ପରିସରରେ ବାଲିକୁଦା ବ୍ଲକର ୩୦ଗୋଟି ପଞ୍ଚାୟତର ବିଜୁ ଜନତା ଦଳର କର୍ମୀମାନେ ଏକତ୍ର ହୋଇ ଥିଲେ । ଓଡ଼ିଶାର ମାନ୍ୟବର ସୂଚନା ଲୋକସମ୍ପର୍କ ଓ ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ମହୋଦୟ ଏହି ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ୫୫ଟି ପଞ୍ଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ବାଲିକୁଦାର ୩୦ପଂଚାୟତରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ କିଛି ପଦକ୍ଷେପ ନେଇଛନ୍ତି। ଯାହାକି ବିଜେଡି ପରିବାରରେ ଆନନ୍ଦ ଖେଳିଯାଇଛି। ବିଭିନ୍ନ ପଞ୍ଚାୟତରେ ଘଟୁଥିବା ଅନ୍ୟାୟ ଅନୀତିକୁ ଦୂର କରିବାକୁ କିଛି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ବରିଷ୍ଠ ମନ୍ତ୍ରୀ ମହୋଦୟ ଅନେକ ପଞ୍ଚାୟତରେ କେତେକ ସଭାପତି ପରିବର୍ତ୍ତନ କରିଛନ୍ତି । ପ୍ରତି ପଞ୍ଚାୟତରେ ଜଣେ ଜଣେ ବ୍ଲକ ପ୍ରତିନିଧି ଭାବେ ବାଛିଛନ୍ତି
। ବରିଷ୍ଠ ରାଜନେତା ଭାସ୍କର ଚନ୍ଦ୍ର ଦାସଙ୍କୁ ମୁଳୁଗାଁ ପଞ୍ଚାୟତର ବିଜେଡି ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି । ରବୀନ୍ଦ୍ର କୁମାର ରାଉତଙ୍କୁ ସେହି ପଞ୍ଚାୟତର ବ୍ଲକ ପ୍ରତିନିଧି ଭାବେ ଦାୟିତ୍ବ ଦେଇଛନ୍ତି । ମୁଳୁଗାଁ ପଞ୍ଚାୟତର ବିଜେଡିର ପୂର୍ବତନ ସଭାପତି ଭୀଷ୍ମ ପିତାମହ ଶ୍ରୀ ନରେନ୍ଦ୍ର ନାଥ ମହାନ୍ତିଙ୍କୁ ସଭାପତି ପଦରୁ ଅପସାରିତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ