ବାଲିଗୁଡ଼ା ଏନ୍‌ଏସିରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  ଗାଁ ଠୁ ସହର ସବୁଠି ଜାରି ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା । ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅଞ୍ଚଳରେ ପାଖାପାଖି  ୭୦ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର । ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ବାନ୍ଦାପାଙ୍ଗାରେ ଗୋଷ୍ଠୀ ଶୌଚାଳୟ, ତ୍ରୀବେଦୀ ପାର୍କ ନିକଟରେ କଲ୍ୟାଣ ମଣ୍ଡପ ଓ ବାଲିଗୁଡ଼ା ସହରର ଅଗ୍ନିଶମ କାର୍ଯ୍ୟାଳୟ ନିକଟରେ ଥିବା ସହରର ମୁଖ୍ୟ ଶ୍ମ୍ମଶାନର ଶୁଭ ଉଦଘାଟନ କରିଛନ୍ତି ବିଧାୟକ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶପ୍ରତି ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ବାଲିଗୁଡ଼ା ଅଞ୍ଚଳବାସୀ ଏଥିରେ ଉପକୃତ ହେବେ ବୋଲି କହିଛନ୍ତି ବିଧାୟକ । ବିଧାୟକ ପ୍ରଥମେ ବାଲିଗୁଡ଼ା ବିଜେଡ଼ି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ବ୍ଲକ୍‌ ସଭାପତି ଟୁନା ଦାସଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସେଠାରୁ ଏକ ବିଶାଳ ବାଇକ୍‌ ରାଲିରେ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏନ୍‌ଏସି କାର୍ଯ୍ୟାଳୟରେ ବିଧାୟକଙ୍କୁ ଉପଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଓ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ସମସ୍ତ କାଉନସିଲର ଓ ଏନ୍‌ଏସି କର୍ମଚାରୀ ଶୁଭେଚ୍ଛା ଜଣାଇଥିଲେ । ସେଠାରୁ ପ୍ରଥମେ ବାନ୍ଦାପାଙ୍ଗା ଗୋଷ୍ଠୀ ଶୌଚାଳୟ,ପରେ ତ୍ରୀବେଦୀ ପାର୍କ ନିକଟସ୍ଥ କଲ୍ୟାଣ ମଣ୍ଡପ ଏବଂ ପରେ ଶ୍ମଶାନର ଶୁଭ ଉଦଘାଟନ କରିଥିଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର, ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବ୍ଲକ୍‌ ବିଜେଡି ସଭାପତି ଟୁନା ଦାସ, ସମସ୍ତ କାଉନସିଲର, ତୁମୁଡ଼ିବନ୍ଧ ବ୍ଲକ୍‌ ବିଜେଡି ସଭାପତି ପ୍ରମୋଦ କୁମାର  ସାହୁଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ସାମିଲ୍‌ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ