ବାଲିଗୁଡାରେ ଗାୟତ୍ରୀ ପରିବାର ତରଫରୁ ରକ୍ତଦାନ ଶିବିର
ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା) : ବାଲିଗୁଡା ଏନ୍ ଏ ସି ରେ ଗାୟତ୍ରୀ ପରିବାର ତରଫରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି।ଏହି ଶିବିରରେ ୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ମହାମାରୀ କରନା କୁ ନେଇ ସାର। ବିଶ୍ୱରେ ଥର ହର ହେଉଥିବା ସମୟରେ ସାରାଭାରତରେ ତାଲା ବନ୍ଦ । ସରକାରଙ୍କର ନିର୍ଦ୍ଦେଶ କ୍ରମେ ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ବିନା କାରଣ ରେ ଘରୁ ବାହାରକୁ ନ ବାହାରିବା ପାଇଁ ଅଞ୍ଚଳ ବାସିଙ୍କୁ ପରାମର୍ଶ ଦିଆଯାଇଛି । ଅତ୍ୟାବ୍ୟକୀୟ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ କୌଣସି ଦୋକାନ ଖୋଲୁନାହନ୍ତି । ଅପର ପକ୍ଷେ ଯାନ ବାହାନ ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି। ଏଭଳି ପରିସ୍ଥିତିରେ ଅଧିକାଂଶ ସ୍ଥାନରେ ଦେଖାଯାଉଛି ରକ୍ତର ଘୋର ସମସ୍ୟା।ଏସବୁ କୁ ଲକ୍ଷ କରି ରକ୍ତର ଅଭାବନୀୟ ପରିସ୍ଥିତି କୁ ସୁଧାରିବା ପାଇଁ ଗାୟତ୍ରୀ ମନ୍ଦିର ସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା ତାଙ୍କ ଧର୍ମପତ୍ନୀ ଏବଂ ତାଙ୍କ ଝିଅ ରକ୍ତ ଦେଉଥିବା ଦେଖି କିଛି ଯୁବକ ମଧ୍ୟ ଆଗ୍ରହ ପ୍ରକାଶ କରି ରକ୍ତ ଦେଇଛନ୍ତି। ସର୍ବ ମୋଟ ୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଅଛି, ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତାକୁ ବଜାୟ ରଖି ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଲୋକମାନଙ୍କୁ ଉତ୍ସାହିତ କରି ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର କେଦାରନାଥ ପାଢ଼ୀ ରକ୍ତ ଦେଇଥିବା ପରିବାରକୁ ଏବଂ ଯୁବକ ମାନଙ୍କୁ ଧନ୍ୟବାଦ୍ ଦେବା ସହିତ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ଆବଶ୍ୟକ ସ୍ଥଳେ ଏହି ପରି ଯୁବକ ମାନଙ୍କୁ ମୁଁ ଉତ୍ସାହିତ ଏବଂ ସ୍ଵାଗତ କରୁଛି ରକ୍ତର ସମସ୍ୟା କୁ ଦୂର କରିବା ନିମନ୍ତେ ଆଗଭର ହୁଅନ୍ତୁ।


