ଦେଶରେ କୋରୋନା ମୃତ୍ୟୁ ୧୩୮୯, ୪୨ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୬ ହଜାର ୪୭୬ରେ ପହଞ୍ଚିଛି। ସେହିପରି ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ି ୧୫୭୧ ହୋଇଛି। ଏଯାବତ୍‌ ୧୨ ହଜାର ୮୪୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୩୨ ହଜାର ୦୫୬ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୨ ହଜାର ୯୭୪ ହୋଇଥିଲା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୪୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୨ ହଜାର ୧୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ଆକ୍ରାନ୍ତ ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ଗୁଜୁରାଟରେ ସଂଖ୍ୟା ପହଞ୍ଚିଛି ୫ ହଜାର ୪୨୮ରେ। ଗୁଜୁରାଟରେ ୨୯୦ ଜଣ ପ୍ରାଣ ହରାଇଥିଲା ବେଳେ ୧ ହଜାର ୪୨ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪ ହଜାର ୫ ୪୯ ହୋଇଛି। ଦିଲ୍ଲୀରେ ୬୪ ଜଣ ପ୍ରାଣ ହରାଇଥିଲା ବେଳେ ୧ ହଜାର ୩୬୨ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଆନ୍ଧ୍ର ପ୍ରଦେଶରେ ୧୬୫୦, ବିହାରରେ ୫୧୭, ହରିୟାଣାରେ ୪୪୨, ଜମ୍ମୁ-କଶ୍ମୀରରେ ୭୦୧, କର୍ଣ୍ଣାଟକରେ ୬୪୨, କେରଳରେ ୫୦୦, ମଧ୍ୟ ପ୍ରଦେଶରେ ୨୯୪୨, ପଞ୍ଜାବରେ ୧୧୦୨, ରାଜସ୍ଥାନରେ ୨୮୮୬, ତାମିଲନାଡୁରେ ୩୦୨୩, ତେଲେଙ୍ଗାନାରେ ୧୦୮୨, ଉତ୍ତର ପ୍ରଦେଶରେ ୨୭୪୨, ପଶ୍ଚିମବଙ୍ଗରେ ୯୬୩ ଜଣ ଆକ୍ରାନ୍ତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ