ବାଲିଗୁଡାରେ ନବରାତ୍ରୀ ପୁଜା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ମା ପାଟଖଣ୍ଡାଙ୍କ ପୀଠରେ ନବରାତ୍ରୀ ପୁଜା ଆରମ୍ଭ ହୋଇଯାଇଛି । ଆଜି ସୁର୍ଯ୍ୟପୁଜା ସାଙ୍ଗକୁ ମାଶୈଳପୁତ୍ରୀଙ୍କ ପୁଜା ଓମୃଣ୍ମୟୀ ଦେବୀଙ୍କ ନବରାତ୍ର ପୁଜା ଆରମ୍ଭ ହୋଇଯାଇଛି ।ରିତିନିତି ପ୍ରକାରେ ପୁଜାର୍ଚ୍ଚନା କରିବା ସହ ସହ ମୃଣ୍ମୟୀ ଦେବୀଙ୍କ ମୁଖା ପୁଜାକରି ଖୋଲା ଯାଇଛି । ମାଙ୍କୁ ଦର୍ଶନ କରିବାକୁ ଭକ୍ତ ମାନଙ୍କ ଜନସମାଗମ ହୋଇଥିଲା । ପୁଜାରେ ପୁରୋହିତ ବିଷ୍ନୁ ପ୍ରସାଦ ରଥ,ପୁର୍ଣ୍ଣଚନ୍ଦ୍ର ଶତପଥୀ,ରାମକୃର୍ଷ୍ଣ ।ାଚାର୍ଯ୍ୟ ଓ ଦେବାଶିଶ ରଥ ଥିବା ବେଳେ କର୍ତା ନାରାୟଣ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ନର୍ମଦାପଣ୍ଡା ରହିଛନ୍ତି । ଆୟୋଜକ ସମିତି ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିର ସଭାପତି ଲଳିତ ପାତ୍ର,ସମ୍ପାଦକ ଶିବରାମ ପ୍ରଧାନୀ,କୋଷାଦକ୍ଷ ଅଶୋକ ସାହୁ ଓ ଅନ୍ୟକର୍ମକ୍ରତା ମାନେ ଆୟୋଜନରେ ବ୍ୟସ୍ତ ରହିଛନ୍ତି । ସେହିଭଳି ବରାଳ ଦେବୀ ପୀଠରେ ବି ନବରାତ୍ରୀ ପୁଜା ଆରମ୍ଭ ହୋଇଛି ଏବଂ ଆଜି କଳସ ଯାତ୍ରା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ