ବାଲିଗୁଡାରେ ବିଜେଡି ଶୋଭାଯାତ୍ରା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ଏଥିରେ ବାଲିଗୁଡା ୧୫ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ନନ୍ଦିନୀ ମଲ୍ଲିକ ଜିଲ୍ଲାପରିଷଦର ଅଧକ୍ଷା ବାବେ ନିର୍ବାଚିତ ହୋଇଛନ୍ତି । ଆଜି ସଂନ୍ଧ୍ୟାରେ ଦଳ ତରଫରୁ ନବନିର୍ବାଚିତ ହୋଇଥିବା ଜିଲ୍ଲାପରିଷଦର ଅଧକ୍ଷା ନନ୍ଦିନୀ ମଲ୍ଲିକ ଓ ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁରଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା କରି ବାଜା ବଜାଇ ବାଣଫୁଟାଇ ବାଲିଗୁଡା ସହର ପରିକ୍ରମା କରାଯାଇଥିଲା ।ବହୁ ବର୍ଷ ପରେ ଏକ ମହିଲା ପାର୍ଥୀ ବାଲିଗୁଡା ବ୍ଲକରୁ ଜିଲ୍ଲାପରିଷଦର ଅଧକ୍ଷା ଭାବେ ନିର୍ବାଚିତ ହୋଇ ଆସନକୁ ହାତେଇଛନ୍ତି । ଆଜିର ଏହି ବିଜୟ ଶୋଭାଯାତ୍ରାରେ ବିଧାୟକ ସମେତ ସାଂସଦ ପ୍ରତିନିଧି ଲୋକନାଥ ପାଢୀ, ଅବନି ନାୟକ,ସୁଜିତ ପାଳ,ଏମଡି ସାବେଯ,ପଂଚାନନ ପଣ୍ଡା ଓ ବହୁ କର୍ମିମାନେ ଉପସ୍ଥିତ ଥିଲେ ।


