ବାଲିଗୁଡାରେ ସୁନା ବେପାରୀଙ୍କୁ ଗୁଳି ମାରି ଲୁଟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ଠାରେ ଦେଖିବାକୁ ମିଳିଛି ଏକ ଜଘନ୍ୟ କାଣ୍ଡ |ମଙ୍ଗଳବାର ସକାଳ ୧0ଟା ସମୟରେ ୩ ଦୁର୍ବୁତ୍ତ ଗୋଟିଏ ମୋଟର ସାଇକଲରେ ଆସି ଛକ ଠାରେ ଥିବା ମା ପାଟଖଣ୍ଡା ଜୁଏଲାରି ମାଲିକ ସୁବାଷ ଚନ୍ଦ୍ର ଆଚାରୀ ଦୋକାନ ଖୋଲିବା ସମୟରେ ତାଙ୍କର ହାତକୁ ମାରଣାସ୍ତ୍ର ଦ୍ୱାରା ହାଣିବା ସହ ଗୁଳି ଫୁଟାଇ ସୁନା ଲୁଟ କରିଥିବା ଜଣା ପଡିଛି | ନିକଟରେ ଥିବା କିଛି ଲୋକ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରି ଚିକିତ୍ସା କରାଉଛନ୍ତି l ସୁନା ବେପାରୀ ସୁବାସ ଚନ୍ଦ୍ର ଆଚାରୀ ଘର ବାଲିଗୁଡ଼ା ନୁଆସାହି ରେ ଏବଂ ନେହେରୁ ଛକ ନିକଟରେ ତାଙ୍କ ଦୋକାନ ଅଛି l ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁର୍ବୁତ୍ତ କୁ ଧରିବା ପାଇଁ ପିଛା କରିଥିବା ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ