ବାଲିଗୁଡା ଅସ୍ଥାୟୀ ପୀଠରେ ମାଙ୍କ ପ୍ରଥମ ଦର୍ଶନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାରେ ଆରମ୍ଭ ହୋଇଯ୍‌ାଇଛି ଠାକୁରାଣି ଯାତ୍ରା । ମା ଅସ୍ଥାୟୀ ପିଠରେ ଆଜି ପ୍ରଥମ ଦର୍ଶନ ଦେଇଛନ୍ତି । ମାଙ୍କ ଘଟକୁ ଆଜି ସୁସଜିତ କରାଯାଇଛି ସକାଳ ଆଳତୀ ପରେପରେ ଭକ୍ତମାନଙ୍କୁ ମା ଦେଇଛନ୍ତି ଦର୍ଶନ । ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ଆୟୋଜକ ସମିତି ଦ୍ୱାରା ସୁସଜିତକରାଯାଇଛି । ସକାଳ ମଙ୍ଗଳଅଳତୀ ପରେ ପରେ ରିତିନିତି ପ୍ରକାରେ ପୁଜାର୍ଚ୍ଚନାକରାଯାଇଛି । ସଂନ୍ଧ୍ୟାଆଳତୀ ପରେ ମା ପ୍ରଥମ କରି ପରିକ୍ରମାରେ ବାହାରିଥିଲେ । ଦେଶୀବେହେରା ସନ୍ତୋଷ କୁମାର ଦୋରାଙ୍କ ପରିବାର ମାଙ୍କଘଟ ମୁଣ୍ଡରେ ଧରି ପରିକ୍ରମାରେ ବାହାରିଥିଲେ ତାଙ୍କ ସମେତ ଅନ୍ୟ ଚାରିଦେବୀଙ୍କୁ ମଧ୍ୟ ଅନ୍ୟ ମହିଳା ମାନେ ମୁଣ୍ଡାଇଛନ୍ତି । ସୁନାପାଙ୍ଗା ର ସୁରେଷ ପତି ଏହି ଆୟୋଜନ କରି ମାଙ୍କୁ ପାଛୋଟି ନେଇଥିଲେ । ବିଭିନ୍ନ ପଟୁଆର ଯେପରିକି ଦଶଅବତାର,ବାଘ,ଘୋଡା ସହ ନିଶାନ ବାଜା ଓ ଆତଶବାଜି ଫୁଟାଇ ମହାଆଡମ୍ବରରେ ମାଙ୍କୁ ତାଙ୍କ ସାହି ପରିକ୍ରମା କରିବା ନିମନ୍ତେ ନେଇଥିଲେ । ସାହିରେ ପହଁଚିବା ପରେ ମାଙ୍କୁ ରିତିନିତିପ୍ରକାରେ ପୁଜାର୍ଚ୍ଚନା କରିବା ପରେ ପୁଣି ମାଙ୍କୁ ପଟୁଆର କରି ଅସ୍ଥାୟୀ ପିଠକୁ ଆଣି ଛାଡିଛନ୍ତି । ମା ପାଟଖଣ୍ଡାଙ୍କ ସମେତ ତାଙ୍କ ସହିତ ବରାଳଦେବୀ,ମହାମାୟୀ,ଡେଙ୍ଗଶିଳ,ମାଦୁର୍ଗା ଏବଂ ମାକାଳୀ ଏହିଯାତ୍ରା ରେ ମିଳିତ ଭାବରେ ଯାଉଛନ୍ତି । ଆଜି ମା ଅସ୍ଥାୟୀ ପୀଠରୁ ପ୍ରଥମଥର ସାହି ପରିକ୍ରମାରେ ବାହାରିଥିବାରୁ ଏହି ପରିକ୍ରମାରେ ହଜାରହଜାରସଂଖ୍ୟାକ ଜନସମାଗମ ଖେିବାକୁ ମିଳିଥିଲା ।ଅସ୍ଥାୟୀ ପିଠରେ ମାଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ ବଣ୍ଟନ କେନ୍ଦ୍ରର ଉଦଗାଟନ ପଂଚୁଦଣ୍ଡ ପରିଚାଳନା ସମିତିର ସଭାପତି ରାଜ କିଶୋର ଦାସଙ୍କ ଦ୍ୱାରା ଉଦଗାଟନ କରାଯାଇଛି । ମା ପାଟଖଣ୍ଡା ଦୁର୍ଗା ପୁଜା ସମିତିରସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତସହ ସମ୍ପାଦକ ସୁଜିତ ପାଳ ଅନ୍ୟ ସଦସ୍ୟ ମାନେ ନିଜକୁ ନିୟୋଜିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ