ବାଲିଗୁଡା ଏନ୍ଏସିର ଦୁର୍ନୀତି ବିରୋଧରେ ନଗର କଂଗ୍ରେସ ପକ୍ଷରୁ ଏନ୍ଏସି ଅଫିସ ଘେରାଉ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସିରେ ଦିନକୁଦିନ ଦୁର୍ନୀତି ବଢିବାକୁ ଲାଗିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଲାଞ୍ଚ କାରବାର,ମୁକ୍ତା ଯୋଜନାରେ ଘୋଟଲା, ପାନୀୟ ଜଳର ଅବ୍ୟବସ୍ଥା,ପରିମଳ ବ୍ୟବସ୍ଥା ବିପର୍ଯୟ, ଭୁମି ହୀନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇ ନଦେବା ଆଦି ଆଠ ଦଫା ଦାବୀ ଓ ଦୁର୍ନୀତିର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଆଜି ବାଲିଗୁଡ଼ା ନଗର କଂଗ୍ରେସ ସଭାପତି ସ୍ୱପ୍ନେଶ୍ୱର ସାହୁ, ବ୍ଲକ ସଭାପତି ଆଇବର ନାୟକ ଏବଂ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ଏକ ବିଶାଳ ରାଲିରେ ଶତାଧିକ କଂଗ୍ରେସ କର୍ମୀ ବାହାରି ଏନ୍ଏସି କାର୍ଯାଳୟ ନିକଟରେ ପହଁଚିବା ପରେ ଗେଟରେ ଧସେଇ ପଶି ହଟ୍ଟଗୋଳ କରି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କୁ ଘେରି ଯାଇଥିଲେ ଏବଂ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏନ୍ଏସି କତୃପକ୍ଷ ଶାଶକ ଦଳର ହାତ ବାରିସୀ ସାଜି ଠିକାଦାର କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି କର୍ମୀଙ୍କୁ ପ୍ରାଧାନ୍ୟ ଦେଇ ଅନ୍ୟ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି । ଏଥିସହିତ ସମସ୍ତ ଦାବୀ ପୁରଣ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ ତୀବ୍ରତର ହେବ ବୋଲି ନଗର କଂଗ୍ରେସ ସଭାପତି ସ୍ୱପ୍ନେଶ୍ୱର ସାହୁ, ବ୍ଲକ ସଭାପତି ଆଇବର ନାୟକ ଏବଂ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ଙ୍କ ସମେତ ଶତାଧିକ କର୍ମୀ ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ