ବାଲିଗୁଡା ଠାକୁରାଣୀ ଯାତ୍ରା ପଟୁଆର ଓ ଆତଶବାଜିରେ ଭର୍ତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ । ମାଙ୍କ ଅସ୍ଥାୟୀ ପିଠରେ ରିତିନିତି ପ୍ରକାରେ ପୁଜାର୍ଚ୍ଚନା କରାଯାଉଛି ।ଅସ୍ଥାୟୀ ପିଠରେ ମାଙ୍କୁ ଦର୍ଶନ ନିମନ୍ତେ ଭ୍‌କ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମାଙ୍କ ଶେଷ ସାହି ଦର୍ଶନରେ ବଜାର ସାହି ପୁଜା କମିଟି କୁ ଦର୍ଶନ କରିଛନ୍ତି । ଏଥି ନିମନ୍ତେ ଏହି ପୁଜା କମିଟି ତରଫରୁ ସକାଳ ସମୟରେ ମାଙ୍କୁ ବରୁଣ କରିବାକୁ ଯାଇଥିଲେ । ସଂନ୍ଧ୍ୟା ଆଲତୀ ପରେ ମା ଭ୍ରମଣରେ ବାହାରିଛନ୍ତିି । ଏହି ପୁଜା କମିଟି ତରଫରୁ ବ୍ୟାପକ ପଟୁଆର କରିଥିଲେ । ଏହି ପଟୁଆରରେ ବରଗଡ କଂସ,ଅଘୋରି ବାବାଙ୍କ ତାଣ୍ଡବ ନୃତ୍ୟ.ସମଲେଶ୍ୱରୀ ଦୁଲଦୁଲି,ନିଶା ମହାରଣାଙ୍କ ନୃତ୍ୟ,କୋଲକତା ରେକଡ ଡ୍ୟାନ୍ସ,ବିଶିପଡା ରାବଣ,ଅଷ୍ଟ ବେତାଳ,ଘଣ ବାଦ୍ୟ,ଦଣ୍ଡକାଳି ନୃତ୍ୟ ଆଦି ପଟୁଆର ସହ ଆତଶବାଜି ଫୁଟାଇ ମାଙ୍କୁ ପାଛୋଟି ଆଣିଥିଲେ । ଏହି ପଟୁଆର ଅସ୍ଥାୟୀ ପିଠରୁ ପିଡବ୍ଲୁଡିଛକ ପୋଷ୍ଟଅଫିସ,ନେହେରୁଛକ ଦେଇ ବସଷ୍ଟାଣ୍ଡ ଦେ ବଜାର ସାହି ପୁଜା କମିଟିକୁ ଯାଇଥିଲେ ।ଏହି ପୁଜା କମିଟିର ଅସ୍ଥାୟୀ ପିଠରେ ପୁଜା ର୍ଚ୍ଚନା କରି ମାଙ୍କୁ ବରାଳଦେବୀ ଅସ୍ଥାୟୀ ପିଠକୁ ନେଇଥିଲେ । ଏହି ପୁଜା କମିଟିର ସଭପତି ଗୋପବନ୍ଧୁ ସାହୁ, ସମ୍ପାଦକ ଡା ବିଚିତ୍ରା ନନ୍ଦ ଆଚାର୍ଯ୍ୟ,ଯୁଗ୍ମ ସମ୍ପାଦକ ଅସିତ କମାର ବେହରୋ ଓ ଅନ୍ୟ ସଦସ୍ୟମାନେ ଏଥିରେ ନିୟୋଜିତ ଥିଲେ । ସେହିଭଳି ଆୟୋଜକ ସମିତି ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ରାଙ୍ଗାରଙ୍ଗକାର୍ଯ୍ୟକ୍ରମ ଓ ମିନାବଜାର ଚାଲିଛି । ଏଥିରେ ରୁକ୍‌ସାନ ମେଲୋଡି ପଶ୍ଚିମ ଓଡିଶାର ସୁନାମ ଧନ୍ୟଗାୟକ ଯୋଗଦେଇଛନ୍ତି । ଏହି ମେଲୋଡି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧାମାଳ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଓ ସମ୍ମାନିତ ଅତିଥୀ ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣୀ କହଁର ଯୋଗଦେଇ ଏହାର ଉଦଘାଟନ କରିଥିଲେ । ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ,ଯୁଗ୍ମ ସମ୍ପାଦକ ସୁଜତ କୁମାର ପାଳ ପ୍ରମୁଖ ମଂଚାସୀନ ଥିବା ବେଳେ ଏହି ମଂଚକୁ ଅଧ୍ୟାପକ ଡ ଶୁଶାନ୍ତ କୁମାର ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ