ବାଲିଗୁଡା ପୋଲିସ ଦ୍ୱାରା ଚୋରା ଦେଶୀ ମଦ ଜବତ : ୫ ଜଣ ଗିରଫ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ କତେରଭଟା ଗ୍ରାମରେ ବାଲିଗୁଡ଼ା ପୋଲିସ ପକ୍ଷରୁ ପାଟ୍ରୋଲିଂକରୁଥିବା ସମୟରେ ଚଢ଼ାଉ କରି ୯୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣକୁ ଗିରଫ କରିଛି | ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ବନ ମଳିକ, ବୁଲୁ ସୁବୁଦ୍ଧି ଓ ଅନନ୍ତ ଗୌଡ଼, ଏମାନଙ୍କ ନାମରେ ଏକ ମାମଲା କେଶ ନଂ.୨୧,୨୨,୨୩/୨୦୨୧ ପ୍ରକାରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି | ସେହିପରି ବାଲିଗୁଡ଼ା ଗୁଳିମରାପଦା ସାହି ଠାରେ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରି ୧୫ ଲିଟର ଦେଶି ମଦ ଜବତ କରିବା ସହ ୨ ଜଣକୁ ଗିରଫ କରି ସେମାନଙ୍କ ନାମରେ ଏକ ମାମଲା ୧୯ /୨୦୨୧ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି |