ବାଲିଗୁଡା ବିଜେପିର ବିଧାନସଭା କୋର କମିଟି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ଦିନିକିଆ ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆସିଥିବାରୁ ତାଙ୍କୁ ବାଲିଗୁଡାର ଦଣ୍ଡପଦର ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସେଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ନାରାବାଜି ଦେଇ ସମଗ୍ର ସହର ପରିକ୍ରମା କରାଯିବା ପରେ ନୁଆସାହିରେ କଳସଯାତ୍ରା ରେ ରାଜ୍ୟ ସଭାପତି ଶ୍ରୀ ସାମଲ ଙ୍କୁ ସ୍ୱାଗତ କରିବା ସହ ନୁଆସାହିର ସମସ୍ତ ସାହି ଗଳି କନ୍ଦି ବୁଲି ପରିଦର୍ଶନ କରିଥିଲେ । ଏହାପରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ କର୍ମି ମାନଙ୍କୁ ନେଇ ବିଧାନସଭା ସ୍ତରୀୟ ବୈଠକ କରି ଦଳୀୟ କର୍ମି ମାନଙ୍କୁ ଆସନ୍ତା ନିର୍ବାଚନକୁ ନେଇ ରଣ କୌଶଳ ତିଆରି କରିବା ସହ କିଭଳି ନିର୍ବାଚନ ବୈତରଣୀ ପାର ହେବ ତାକୁ ନେଇ ସବିଶେଷ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା ଉପସଭାପତି ରମଶେ ମହାନ୍ତି ,ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପଦ୍ମଚରଣ ଦାସ , ଲିଙ୍ଗରାଜ ଦଳବେହେରା, ଫୁଲବାଣୀ ମୁନିସପାଲିଟି ଅଧକ୍ଷା ସ୍ମିତାରାଣି ମହାନ୍ତି, କଳ୍ପନା କହଁର ପ୍ରମୁଖ ମଂଚାସୀନ ଥିଲେ l ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ ଏହି ବୈଠକକୁ ପରିଚାଳନା କରିଥିଲେ । ବାଲିଗୁଡାର ନଗର ସଭାପତି ଦିବାକର ସାହୁ , ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ରଂଜିତ ସାହୁ,ଅଭୟ ପାତ୍ର ଓ ଅନ୍ୟ କର୍ମିମାନେ ସହଯୋଗ କରିବା ସହ ଅଞ୍ଚଳର ବହୁ କର୍ମି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ