ବାଲିଗୁଡା ମେଡିକାଲରେ ଥିବା ୧୦୮ ଆମ୍ବୁଲାନ୍ସ ଅଚଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ହେଉଛି ଓଡିଶା ର ସର୍ବ ବୃହତ ଉପଖଣ୍ଡ, ଯାହାକି, ଏଠାରେ ସବୁ କିଛି ବହୁଵିଧି ସମସ୍ୟା ଦେଇ ଗତି କରି ଚାଲିଛି l ସେଥି ମଧ୍ୟରେ ବାଲିଗୁଡା ଉପଖଣ୍ଡ ମେଡିକାଲରେ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସମର୍କିତ ଖବର ଚର୍ଚ୍ଚା ରେ ରହି ଆସୁଥିବା ବେଳେ ବର୍ତ୍ତମାନ ଏହି ମେଡିକାଲରେ ଜରୁରୀ କାଳୀନ ରୋଗୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ୧୦୮ ଆମ୍ବୁଲାନ୍ସ ନଂ. ୦୨ AW-୧୭୩୧ ଗାଡିଟି ଗତ ଜୁନ ୨୨ ତାରିଖ ଠାରୁ ଖରାପ ହୋଇ ପଡ଼ିରହିଛି l ଯାହାଫଳରେ ଦୁର୍ଘଟଣା ଭଳି ଜରୁରୀ କାଳୀନ ରୋଗୀ ପାଇଁ ଆମ୍ବୁଲାନ୍ସ ସେବା ମେଡିକାଲ କର୍ତ୍ତୃପକ୍ଷ ଦେଇ ପାରୁନାହାଁନ୍ତି l ଯାହା ଫଳରେ ରୋଗୀ ଓ ସମ୍ପର୍କୀୟ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏ ସମ୍ପର୍କ ରେ ଆମ୍ବୁଲାନ୍ସ କଲ ସେଣ୍ଟର କୁ ପଚାରିଲେ ସେ କହୁଛନ୍ତି ଯେ, ଦାରିଙ୍ଗବାଡି, ରାଇକିଆ, ସାରଙ୍ଗଡ଼, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ଼, ମୋହନଗିରି ଅଞ୍ଚଳ ରୁ ଆମ୍ବୁଲାନ୍ସ ମଗାଇ ଦେଲେ ରୋଗୀ ତୁରନ୍ତ ଉପଯୁକ୍ତ ସେବା ପାଇପାରିବେକି ? ଯାହାକି ଉକ୍ତ ଅଞ୍ଚଳ ଗୁଡ଼ିକ ବାଲିଗୁଡା ଠାରୁ ୪୦ ରୁ ୫୦ କିଲୋମିଟର ଦୂରତା ହେବ l ଏହି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆଖପାଖ ଦୁଇଶହ ରୁ ଉର୍ଦ୍ଧ କିଲୋମିଟର ଦୂରରୁ ରୋଗୀ ଏଠାକୁ ଆସି ନିର୍ଭର କରିଥାନ୍ତି l କିନ୍ତୁ କିଛି ସୁଫଳ ପାଇ ପାରିନଥାନ୍ତି l ଏ ସମ୍ପର୍କରେ କନ୍ଧମାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ସେବା ଦାୟିତ୍ୱରେ ଥିବା କ୍ଲଷ୍ଟର ଲିଡ଼ର ସୁନୀଲ ମିଶ୍ର ଙ୍କୁ ପଚାରିବା ରୁ ସେ କହିଥିଲେ ଯେ ଉକ୍ତ ଆମ୍ବୁଲାନ୍ସ ଖରାପ ହେବା ବିଷୟ ଆମ ନଜରକୁ ଆସିଛି ଏଣୁ ଆମେ ସଙ୍ଗେ ସଙ୍ଗେ ବିଭାଗୀୟ ଉପରସ୍ତ ଅଧିକାରୀ ଙ୍କୁ ଜଣେଇଦେଇଛୁ ସେମାନେ କହିଛନ୍ତି ଯେ ଖୁବ ଶୀଘ୍ର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ଏକ ନୂତନ ଆମ୍ବୁଲାନ୍ସ ଯୋଗାଇଦେବୁ ବୋଲି ପ୍ରତିଶୃତି ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ