ବାଲିଗୁଡା ରେ ପ୍ରଥମ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସହର ରେ ଅନୁଷ୍ଠିତ ହେବ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ, ଚଳିତ ବର୍ଷ ଡିସେମ୍ବର ତା,୧୭,୧୮,୧୯ ରିଖ ତିନି ଦିନ ଧରି ହେବାକୁ ଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ l ବୀଣାକାର ଦଣ୍ଡନାଟ ଏବଂ ଗୀତିନାଟ୍ୟ ପ୍ରତିଯୋଗିତା ମହାମାରୀ କୋରନା କଟକଣା ସକାଶେ ବାତିଲ କରାଯାଇଥିଲା l ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ତିନିଦିନ ବ୍ୟାପି ଆୟୋଜନ କରିବା ପାଇଁ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏନେଇ ନୂଆସାହି ସ୍ଥିତ ପରିଚୟ ଗୃହରେ ଅବସର ପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବିଶିଷ୍ଟ ଲୋକ ନୃତ୍ୟ ଗୁରୁ ଟଲ ଦଳ ବେହେରା ଙ୍କ ଦାୟାଦ ମୁକ୍ତେଶ୍ଵର ଦଳବେହେରା ଦଣ୍ଡ ନାଟ ଗୁରୁ ପ୍ରମୋଦ ଚନ୍ଦ୍ର ଡାକୁଆ, ପ୍ରକାଶ କୁମାର ସାହୁ, ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ନାରାୟଣ ଦଣ୍ଡସେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ lଏଥି ନିମନ୍ତେ ଆସନ୍ତା ୧୫ ତାରିଖ ରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ l ଡିସେମ୍ବର ୫ ତାରିଖ ସୁଦ୍ଧା ଇଛୁକ କଳାକାର ଦଳ ରେଜିଷ୍ଟ୍ରେସନ କରିବା ପାଇଁ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ଅନୁରୋଧ କରିଛନ୍ତି l ବିଜେତା ଲୋକନୃତ୍ୟ ଦଳ, ଗୀତିନାଟ୍ୟଦଳ ଙ୍କୁ ସ୍ୱାଗତ ସ୍ୱମ୍ବର୍ଦ୍ଧନା ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯିବ l ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ସୂଚନା ଦେଇଛନ୍ତି l ଇଛୁକ ବ୍ୟକ୍ତି ୭୯୭୮୫୫୧୧୫୪ ଏହି ନଂ. ରେ ଯୋଗାଯୋଗ କରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି l ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ଦୁଇଶହ ରୁ ଉର୍ଦ୍ଧ ବୀଣାକାର ଦଣ୍ଡନାଟ କଳାକାର ସଂକୀର୍ତ୍ତନ ଦଳ ଆଦିବାସୀ ନୃତ୍ୟ ଘୁଡୁକି ପାଲା ଦାସ କାଠିଆ ଘୁମୁରା ପାଇକ ଆଖଡ଼ା ଭଳି ଲୋକନୃତ୍ୟ ଦଳ ଅଂଶ ଗ୍ରହଣ କରିବେ ବୋଲି ଉପ ସଭାପତି ପ୍ରମୋଦ ଦଣ୍ଡସେନା ସୂଚନା ଦେଇଛନ୍ତି l ମହୋତ୍ସବ କୁ ସୁଚାରୁ ରୂପେ ପାଳନ ପାଇଁ ଏକ ଉତ୍ସବ ପାଳନ କମିଟି ଗଠନ କରାଯାଇଛି l ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବାଲିଗୁଡା ର ସୁନାମଧ୍ୟନ୍ୟ କଣ୍ଠ ଶିଳ୍ପୀ ବିଶ୍ୱଜିତ ସାହୁ,ଉପ ସଭାପତି ଭାବେ ସଂକୀର୍ତ୍ତନ ଗୁରୁ ନାରାୟଣ ଦଣ୍ଡସେନା, ସମ୍ପାଦକ ଭାବେ ବରିଷ୍ଠ କଳାକାର ତଥା ଭାଷ୍ୟକାର ଶିବରାମ ପ୍ରଧାନୀ, ସହ ସମ୍ପାଦକ ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ଗୋପାଳ କୃଷ୍ଣ ନାୟକ (ନୀଳ ଭାଇ ) ଏବଂ କୋଷାଧକ୍ଷ ଭାବେ ବରିଷ୍ଠ କଳାକାର ଯୁଧିଷ୍ଠିର ପାତ୍ର ଙ୍କୁ ଚୟନ କରାଯାଇଛି l ଉପଦେଷ୍ଠା ଭାବେ ବିଶିଷ୍ଟ ମଞ୍ଚ ନିର୍ଦେଶକ ସନ୍ତୋଷ କୁମାର ମିଶ୍ର ଦଣ୍ଡନୃତ୍ୟ ଗୁରୁ ପ୍ରମୋଦ ଡାକୁଆ ଏବଂ ଶିକ୍ଷାବିତ ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କୁ ଚୟନ କରାଯାଇଛି l କାର୍ଯକାରୀ ସଦସ୍ୟ ଭାବେ ରଂଜିତ ଦିଗାଲ ଇନ୍ଦ୍ରମଣି ପାତ୍ର, ଜଗନ୍ନାଥ ବିଶୋଇ, ଶ୍ରୀକାନ୍ତ ମଳିକ, ବିଜୟ ଆମୟତ, ପ୍ରକାଶ କୁମାର ସାହୁ, ଦେବରାଜ ପାତ୍ର ରଂଜିତ କୁମାର ପୂଜାରୀ, ଜଗନ୍ନାଥ ବେହେରା, ବିଭୀଷଣ ପାତ୍ର, ବିନୋଦ ପାତ୍ର ଙ୍କୁ ଚୟନ କରାଯାଇଛି l ମହୋତ୍ସବ ପାଳନ ନେଇ କାର୍ଯ୍ୟ ଖସଡ଼ା ଏବଂ ବଜେଟ ପ୍ରସ୍ତୁତ ହୋଇଛି l କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଅର୍ଜନ କରିଥିବା ପ୍ରତିଭା ଙ୍କୁ ସ୍ୱମ୍ବର୍ଦ୍ଧନା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l କରୋନା କଟକଣା ପରେ ପ୍ରଥମ ଥର ପାଇଁ ବାଲିଗୁଡା ରେ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜିତ ହେଉଥିବାରୁ ବାଲିଗୁଡାବାସୀ ଙ୍କ ମନରେ ଖୁସିର ଲହରୀ ଖେଳ ଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ