ବାଲିଗୋଠ ଯୁବକ ସଙ୍ଘ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ବିଲିଗୋଠ ଗ୍ରାମର ଯୁବକସଙ୍ଘ ଆନୁକୁଲ୍ୟରେ ଓ ନିର୍ମଳ ସେଠୀଙ୍କ ସହଯୋଗରେ ରବିବାର ଏକ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନଟବର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଗଗନ ମନ୍ତ୍ରୀ, ପ୍ରମୋଦ ନାୟକ,ଗୋବିନ୍ଦ ସେଠୀ,ଭୀମସେନ ପାତ୍ର ଓ ଅଲେଖ ସେଠୀ ଯୋଗଦେଇଥିଲେ । ଏହି ସଭାରେ ଗ୍ରାମର ୩୦ଜଣ ବରିଷ୍ଠ ନାଗରିକ, ୨୫ଜଣ ସଙ୍କୀର୍ତ୍ତନ ପ୍ରେମୀ କଳାକାର ଓ ୨ଜଣ ପରୋପକାରୀ ବ୍ୟକ୍ତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗଜେନ୍ଦ୍ର ନାଥ ସାମଲ ସଭା ପରିଚାଳନା କରିଥିବା ବେଳେ ଶରତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


