ସ୍ୱାମୀ ଶିବାନନ୍ଦ ଆଶ୍ରମ ପକ୍ଷରୁ ସମାଜ ସଂସ୍କାର ପାଠଚକ୍ର

କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): ଗରାପୁରସ୍ଥିତ ସ୍ୱାମୀ ଶିବାନନ୍ଦ ଆଶ୍ରମ ଆନୁକୁଲ୍ୟରେ ସମାଜ ସଂସ୍କାର ପାଠଚକ୍ର ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ତତ୍ୱାବଧାରକ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଏବଂ ଆଇନଜୀବି ପ୍ରଦିପ କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପାଠଚକ୍ରରେ ଆଚାର୍ଯ୍ୟ ଲୋକାଚିତାନନ୍ଦ ଅବଧୂତ, ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ, ସ୍ୱାମୀ ରାମସରଣାନନ୍ଦ ସରସ୍ୱତୀ ପ୍ରମୁଖ ଯୋଗଦେଇ ସମାଜ ସଂସ୍କାର ମୁଳକ ବିଭିନ୍ନ ତତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର କୁମାର ମହାନ୍ତି, ମଥୁରାନନ୍ଦ ସାହୁ, ମନୋରଞ୍ଜନ ତ୍ରିପାଠୀ, ମାନସରଞ୍ଜନ ହାଜରା, ଚିନ୍ମୟାନନ୍ଦ ମହାପାତ୍ର, ଦେବେନ୍ଦ୍ର ନାଥ ସାମଲ, ସୁଷମା ରାଉତ, ଶୁଭଲକ୍ଷ୍ମୀ ଦାସ, ଶାନ୍ତିଲତା, ସେବତୀ ବାରିକ, ସୁଚିତ୍ରା ପଲେଇ, ସାବିତ୍ରୀ ପରିଡା, ପଦ୍ମିନୀ ରାଓ, ଭେଙ୍କଟ ରାଓ, ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବ୍ରହ୍ମଚାରୀ ନୃସିଂହବାବା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ