ବାଲିଘାଇ ଗ୍ରାମ୍ୟନିର୍ମାଣ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟ କୋଣାର୍କ ଅଞ୍ଚଳର କିଛି କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିବା ଘଟଣାରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯଜିତ ବେହେରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ସେସ୍କନର ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟ ନିଯୁକ୍ତି ହେବା ଦିନଠାରୁ ସଂପୃକ୍ତ ସେସ୍କନକୁ ନ ଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ବିନା ନିର୍ଦ୍ଦେଶନାମାରେ କୋଣାର୍କ ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ଅବସ୍ଥାନ ସଂପର୍କରେ କୋଣାର୍କ ଅଞ୍ଚଳର କିଛି କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କନିଷ୍ଠ ଯନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସଦବ୍ଯବହାର କରିବା ସହ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିଲେ। ଏହି ଘଟଣା ସମ୍ପର୍କରେ ଭିଡିଓ କ୍ଲିପଙ୍ଗ ଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟିସଚିବ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ପୁରୀ ଜିଲ୍ଲାପାଳଙ୍କ ସମେତ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରାଯିବା ସହ ସଂପୃକ୍ତ କନିଷ୍କ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଜଣେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ଏବଂ କାର୍ଯ୍ୟଶୈଳୀ କିଭଳି ହେବା କଥା ବୋଲି କୋଣାର୍କ ସାମ୍ବାଦିକ ସଂଘ ର ଉପସଭାପତି ଭାଗୀରଥୀ ସ୍ଵାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି। ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଖାମଖିଆଲି ଓ ଦାୟିତ୍ବହୀନତା ମନ୍ତବ୍ୟକୁ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ସମ୍ପର୍କରେ ଭିଡିଓ କ୍ଲିପଙ୍ଗ ଓ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯଜିତ ବେହେରା ଘଟଣାକୁ ଗୁରୁତ୍ବ ଦେଇ ଏହାର ତଦନ୍ତ କରିବା ପାଇଁ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସତ୍ଯଜିତ ଦଳାଇଙ୍କୁ ନିର୍ଦେଶ ଦେଇଛନ୍ତି। ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦଳାଇ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ସେସ୍କନର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହି ସମ୍ବେଦନଶୀଳତା ଘଟଣାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ପ୍ରଦାନ କରିଥିବା ବାଲିଘାଇ ଗ୍ରାମ୍ୟ ନିର୍ମାଣ ସେସ୍କନ ଅଫିସର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟଙ୍କୁ ଚାକିରୀରୁ ନିଲମ୍ବନ କରିବା ସହ ବିଭାଗୀୟ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଉପସଭାପତି ଭାଗୀରଥୀ ସ୍ଵାଇଁଙ୍କ ସମେତ କର୍ମକର୍ତ୍ତା ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସତ୍ଯଜିତ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି କୋଣାର୍କ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅଧିନସ୍ଥ ବାଲିଘାଇ ଗ୍ରାମ୍ୟ ନିର୍ମାଣ କନିଷ୍ଠ ଯନ୍ତ୍ରୀ ସେସ୍କନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଣ୍ଟ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅସଦବ୍ଯବହାର ଓ ମର୍ଯ୍ୟାଦାହାନି ମନ୍ତବ୍ୟ ସମ୍ପର୍କରେ ଭିଡିଓ ଓ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ନିମାପଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସତ୍ଯଜିତ ଦଳାଇଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ