ବାଲିଘାଟ ପଡ଼ିଆର ଉନ୍ନତ୍ତିକରଣ ନିମନ୍ତେ ସମୀକ୍ଷା କଲେ ଜିଲ୍ଲାପାଳ
ବାଲେଶ୍ବର, (ସରୋଜ ପଣ୍ଡା) : ପୌରାଞ୍ଚଳ ୱାର୍ଡ ନଂ-୨୪ ସ୍ଥିତ ବାଲିଘାଟ ପଡ଼ିଆର ଉନ୍ନତ୍ତିକରଣ ନିମନ୍ତେ ସଦର ବିଧାୟକ ଶ୍ରୀଯୁକ୍ତ ସ୍ବରୂପ କୁମାର ଦାସ ଏବଂ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ କ୍ଷେତ୍ର ସମୀକ୍ଷା କରିଥିଲେ।ନୂତନ କରି ନିର୍ମାଣ ହେବାକୁ ଥିବା ଠାକୁର ମୂର୍ତ୍ତି ବିସର୍ଜନ ଘାଟ, ପ୍ରଚୀନ କାଳର ବାଲେଶ୍ବରର ନୌବାଣିଜ୍ଯ ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ସ୍ମୃତି ସ୍ତମ୍ବ, ବାଲେଶ୍ବର ବାଲିଯାତ୍ରା ପଡ଼ିଆର ସୌନ୍ଦର୍ଯ୍ଯକରଣ, ଶ୍ମସାନର ଉନ୍ନତ୍ତିକରଣ, ବାଲିଘାଟ ବ୍ରିଜ୍ ର ସୌନ୍ଦର୍ଯ୍ଯକରଣ, ମହାନାଳର ନବୀକରଣ ତଥା ସ୍ଥାନୀୟ ବାଲିଘାଟ ପୋଖରୀର ନବୀକରଣ ଏବଂ ସୌନ୍ଦର୍ଯ୍ଯକରଣ ନିମନ୍ତେ ଆର୍କିଟେକ୍ ଶ୍ରୀଯୁକ୍ତ ପ୍ରଭାସ ଜେନା ଯୋଜନା ପ୍ରସ୍ତୁତ କରିଥିଲେ।ସମୀକ୍ଷା ସମୟରେ ପୌରପାଳିକାର ଉପାଧ୍ଯକ୍ଷ ଶ୍ରୀଯୁକ୍ତ କୌଳାଶ ଚନ୍ଦ୍ର ସେଠୀ, ପୂର୍ବତନ ଉପନଗର ପାଳ ଶ୍ରୀଯୁକ୍ତ ମନୋଜ କୁମାର ରାଉତ, ୨୪ ନଂ ୱାର୍ଡ କାଉନସିଲର ଶ୍ରୀମତୀ ମୀନା ମହାନ୍ତ, ସବିତା ଦାସ, ସଂଧ୍ଯାରାଣୀ ଜେନା, କବିତା ମୁର୍ମୁ, ସାଧାରଣ ସଂପାଦକ ବାଲିଘାଟ ସୁରକ୍ଷା କମିଟି, ଗଗନ ବିହାରି ରାଉତ। ବାଲିଘାଟ ସୁରକ୍ଷା କମିଟିର ବରିଷ୍ଠ ସଦସ୍ଯ, ଯୋଗେନ୍ଦ୍ର ସାହୁ ଏବଂ ଛବିନ୍ଦ୍ର ସାହୁ, ସମାଜସେବୀ ସୁବୋଧ ମହାନ୍ତି ତଥା ଅଞ୍ଚଳ ବାସୀ ଉପସ୍ଥିତ ରହି ଏଭଳି ଉନ୍ନତ୍ତିମୂଳକ କାର୍ଯ୍ଯ ପାଇଁ ବିଧାୟକଙ୍କୁ ଧନ୍ଯବାଦ ଜଣାଇଥିଲେ।