ବାଲିଟ୍ରକ ଧକ୍କାରେ ଡାଲ ଅଟୋ ଚୁରମାର
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗଳାଶଙ୍ଖ ଭିତରେ ଆଜି ସକାଳେ ପ୍ରାୟ ଆଠଘଣ୍ଟ ସମୟରେ ବାଲିଟ୍ରକ ଧକ୍କାରେ ଏକ ପନିପରିବାନେଇ ଯାଉଥିବା ଡାଲା ଆଟା ଚୁରମାର ହୋଇଯାଇଛି । ଅଟୋରେ ବସିଥିବା ମହିଳା ବ୍ୟବସାୟି ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟଜଣେ ମହିଳା ବ୍ୟବସାୟୀ ଓ ଡ୍ରାଇଭର ଆହତ ହୋଇଛନ୍ତି।ଏହି ଦୁର୍ଘଟଣା ଯୋଗୁଁ ହୁମ୍ମା ଓ ପୁରୁଷୋତ୍ତମପୁର ରାଜ୍ୟ ରାଜ ପଥ ଜାମ ହୋଇଯାଇଥିଲା । ଘଟଣା ସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ପହଞ୍ଚି ରାସ୍ତା କ୍ଲେର କରିବା ସହ, ମୃତକ ର ଶବ ବ୍ୟବଚ୍ଛେଦ ପଠାଇବା ସହ, ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ । ମୃତ ମହିଳା ବ୍ୟବସାୟି ଜଣଙ୍କ ହେଲେ ସାବିତ୍ରୀ ବେହେରା । ତାଙ୍କ ଘର ପୁରୁଷୋତ୍ତମପୁର ବ୍ଲକର କେଏନପୁର ପଞ୍ଚାୟତର ଅଲାଡି ଗ୍ରାମ୍ । ଆହତ ଜଣଙ୍କ ହେଲେ ମହିଳା ବ୍ୟବସାୟୀ ଶିଶୁଳା ବେହେରା । ତାଙ୍କ ଘର ଆଛୁଲି। ଆହତ ଡ୍ରାଇଭର ହେଲେ ଗଜପତି ବେହେରା । ସବୁଦିନ ପରି ଆଜି ମଧ୍ୟ ଡାଲା ଅଟୋ(OD25G1307)ରେ ପନିପରିବା ଧରି ଗଂଜାମ ସହରକୁ ପରିବା ବିକ୍ରି ପାଇଁ ଆସୁଥିବା ବେଳେ ହୁମ୍ମା ଗଳା ଶଙ୍ଖ ଭିତରେ ପଛପଟୁ ଏକ ବାଲିଟ୍ରକ (ORO4D6025) ଧକ୍କାଦେଇଥିଲା । ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ, ସେ ମଦ୍ୟପାନ କରି ଗାଡି ଚାଳନ କରୁଥିବା ପ୍ରତକ୍ଷଦର୍ଶୀ କହିଛନ୍ତି ।


