ବାଲିପଦର ଡିଗ୍ରୀ କଲେଜରେ “ନୂଆ-ଓ” ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦଘାଟିତ

ବୁଗୁଡା,(ଅନିଲ କୁମାର ମହାରଣା) : ବାଲିପଦର ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଜାନୁଆରୀ ୧୮ ତାରିଖ ଦିନ ଉଦଘାଟିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ତଥା ସୁସାହିତ୍ୟିକ ହରିହର ବିଷୋୟୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର ଯୋଗ ଦେଇଥିଲେ। ଶ୍ରୀ ମିଶ୍ର ଓଡ଼ିଆ ଭାଷା ଓ ସାହିତ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।ଏହି ଅବସରରେ “ଓଡ଼ିଆ ଭାଷା, କଳା, ସଂସ୍କୃତି ଓ ଇତିହାସ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପକ ଗୋପୀନାଥ ମହାନ୍ତି ସଂଯୋଜନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅମୀୟ କୁମାର ସ୍ୱାଇଁ, ଡକ୍ଟର ଏ ଜିତେଶ ରାଓ ଦୋରା ଓ ପ୍ରେମାନନ୍ଦ ପ୍ରଧାନ, ଅଧ୍ୟାପିକା ମିନତୀ ଆଚାରୀ, ଭକ୍ତଲତା ମହାପାତ୍ର ଓ ସଲୀଳା ନାୟକ ଏବଂ କ୍ରୀଡା ଅଧ୍ୟାପକ ଭଞ୍ଜକିଶୋର ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ