ବାଲିପାଳ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ହିତାଧିକାରୀ

ହାଟଡିହି, (ବିକାଶ ବିଶ୍ୱାଳ):ରେସନ ଚାଉଳ ବନ୍ଦ କରିବା ପ୍ରତିବାଦରେ କେ ବାଲିପାଳ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ହିତାଧିକାରୀ। ସେମାନଙ୍କ ଅଭିଯୋଗ ଯେ କେ.ୱାଇ ସି କରିନଥିବା ହିତାଧିକାରୀଙ୍କ ରେସନ ଚାଉଳ ବନ୍ଦ କରିଦେଇ ଥିବାରୁ ୭ଟି ୱାର୍ଡର ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଏହି ପଞ୍ଚାୟତର ୩ଟି ସ୍ଥାନରେ ରେସନ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ମୟୁରନଚା, ଭଅଁରା, ରାଇଘାଟି -୧ ଓ ରାଇଘାଟି -୨ ଏବଂ ବାଲିପାଳ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ରେସନ ସାମଗ୍ରୀ ଉଠାଇଥାନ୍ତି। ଅନ୍ୟ ସ୍ଥାନରେ ଚାଉଳ ବଣ୍ଟନ ସୁଚାରୁ ରୁପେ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ହେଉଥିବା ବଣ୍ଟନ ବ୍ୟବସ୍ଥାରେ ପି.ଇ.ଓ ନିଜର ମନମାନୀ ଚ଼ଳାଇଛନ୍ତି। ବର୍ତ୍ତମାନ ବଣ୍ଟନ କରାଯାଉଥିବା ରେସନ ଚାଉଳ ଓ ଗହମ ପାଇଁ କେ.ୱାଇ.ସି ବାଧ୍ୟତାମୂଳକ ନଥିବା ବେଳେ ଯାହାର କେ. ୱାଇ.ସି ହୋଇନାହିଁ ପି.ଇ.ଓ ସେମାନଙ୍କୁ ପି.ଡିଏସ ଚାଉଳ ନ ଦେଇ ଫେରାଇ ଦେଉଛନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ଅଞ୍ଚଳର ଲୋକମାନେ ଗରିବ ଆଦିବାସୀ ଶ୍ରେଣୀର ହୋଇ ଥିବା ବେଳେ ଚାଉଳନ ପାଇ ନାନା ଅସୁବିଧାରେ କାଳାତିପାତ କରୁଛନ୍ତି। ଏ ସମ୍ପର୍କରେ ପି.ଇ.ଓ ଅମୀୟ ମାଝୀଙ୍କୁ ପଚାରିବାରେ ସେ କହିଛନ୍ତିଯେ କିିଛି ଲୋକ ଘରେ ଉପସ୍ଥିତ ଥାଇ ମଧ୍ୟ କେ.ୱାଇ.ସି କରୁନଥିବାରୁ ସେମାନଙ୍କୁ ଚେତାବନୀ ସଦୃଶ ଚାଉଳ ବନ୍ଦ କରିଥିଲୁ ବୋଲି କହିଛନ୍ତି। ତାଲା ପକାଇବାପରେ ଚାଉଳ ବଣ୍ଟନ କରିଛୁ ବୋଲି ସେ କହିଛନ୍ତି। ଯଦି ହିତାଧିକାରୀଙ୍କ ସମାସ୍ୟାକୁ ତୁରନ୍ତ ସମାଧାନ କରାଯାଇ ଚାଉଳ ନ ଦିଆଯାଏ ତେବେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ