ବାଲିବରେଇ ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ତିନିଜଣଙ୍କ ନାମରେ ଥାନାରେ ଏଫଆଇଆର କଲେ ବିଡିଓ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ହୋଇଥିବା ହରିଶ୍ଚନ୍ଦ୍ର ହରିଲୁଟ ଘଟଣାରେ ହାଟଡିହି ବିଡିଓଙ୍କ ପକ୍ଷରୁ ସୋସୋ ଥାନାରେ ତିନିଜଣଙ୍କ ନାମରେ ଏଫଆଇଆର ଦିଆଯାଇଛି । ବିଡିଓ ବିନିତା ବିଜୟିନୀ ଆଜି ସୋସୋ ଥାନାକୁ ଯାଇ ପୁର୍ବତନ ସରପଞ୍ଚ ପ୍ରତିଭା ନାୟକ, ପୁର୍ବତନ ପିଇଓ ନରହରି ନାୟକ, ଏବଂ ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇଙ୍କ ନାମରେ ଏଫଆଇଆର ଦାଖଲ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ଆବେଦନ ପତ୍ରରେ ହିତାଧିକାରୀଙ୍କ ଫୋନ ନମ୍ବର ସ୍ଥାନରେ ପୁର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କ ଫୋନ ନମ୍ବର ପଡି ଶତାଧିକ ବ୍ୟକ୍ତିଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅନୁଦାନ ଦିଆଯାଇଥିବା ନେଇ ଅଭିଯୋଗ ହେବାସହ ଅନେକ ହିତାଧିକାରୀଙ୍କୁ ଆଦୌ ଦିଆଯାଇ ନଥିଲା । ଏନେଇ ଅଭିଯୋଗ ହେବାପରେ ବ୍ଲକ ପକ୍ଷରୁ ଏକ ପ୍ରତିନିଧି ଦଳ ଏହାର ତଦନ୍ତ କରିବା ସହିତ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଆଉ ଏକ ତଦନ୍ତକାରୀ ଦଳ ଗାଁ ଗାଁ ବୁଲି ତଦନ୍ତ କରିଥିଲେ । ଯେଉଁଥିରେକି ୨୩୦ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୪୪ଜଣ ୨ହଜାର ଲେଖାଏଁ ପାଇଥିବାସ୍ଥଳେ ୬୩ଜଣ ଅନୁଦାନ ପାଇ ନଥିବା ଓ ୨୨ଜଣ ହିତାଧିକାରୀଙ୍କ ଘରକୁ ତଦନ୍ତକାରୀ ଟିମ ଭେଟି ପାରି ନଥିବା ଦର୍ଶାଇଥିଲେ ବୋଲି ରିପୋର୍ଟ ଦେଇଥିଲେ । ପୁର୍ବତନ ପିଇଓ ନରହରି ନାକ ଅଗଷ୍ଟ ୨୦୨୧ରେ ୨ଲକ୍ଷ ୫୦ହଜାର ଓ ଅଗଷ୍ଟ ୨୦୨୨ରେ ୧ଲକ୍ଷ ୨୬ହଜାର ଏପରି ମୋଟ ୩ଲକ୍ଷ ୭୬ହଜାର ଉଠାଣ କରିଥିବାବେଳେ କେତେଜଣ ହିତାଧିକାରୀଙ୍କୁ ଏହି ଅନୁଦାନ ବଣ୍ଟନ ହୋଇଛି ତାର କୌଣସି ତଥ୍ୟ ଉଲେଖ ନଥିବା ନେଇ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଦର୍ଶାଯାଇଛି । ଏହି ରିପୋର୍ଟ ଆଧାରରେ ଜିଲ୍ଲାପ୍ରଶାସନ ଚିଠିନଂ-୨୪୫୯ ତା ୨୬/୧୦/୨୦୨୨ରେ ସଂପୃକ୍ତ ଜିଆରଏସ ଓ ଅନ୍ୟ ଅଦôକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ବିଡିଓଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ଚିଠି ବଳରେ ବିଡିଓ ଆଜି ସରପଞ୍ଚ, ତତକାଳୀନ ପିଇଓ ଏବଂ ଜିଆରଏସଙ୍କ ନାମରେ ଥାନାରେ ଏଫଆଇଆର ଦେଇଥିବା ଜଣାଯାଇଛି ।