ବାଲି ଚୋରା ଚାଲାଣ ଘଟଣାରେ ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ବେଲଗୁଣ୍ଠା ପୋଲିସ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଏକ ବାଲି ଚୋରା ଚାଲାଣ ଘଟଣାରେ ବେଲଗୁଣ୍ଠା ପୋଲିସ୍ ଆଜି ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ପୋଲିସ୍ ର ସୂଚନା ପ୍ରକାରେ ବୁଧବାର ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ବେଲଗୁଣ୍ଠା ଥାନା ଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ ଘୂ.ନୁଆଁଗାଁ ଛକରେ ଚଢାଉ କରି ସେଠାରୁ ଦୁଇ ଜଣଙ୍କୁ ଗିରଫ କରିଥିଲେ I ଗିରଫ ବ୍ୟକ୍ତିମାନେ ହେଲେ ବେଲଗୁଣ୍ଠା ଥାନା ଘୁ.ନୁଆଁଗାଁର ସୂର୍ଯ୍ୟ ନାରାୟଣ ବେହେରାଙ୍କ ପୁଅ ତୋଫାନ ବେହେରା (୨୨) ଏବଂ ଭଞ୍ଜନଗର ଥାନା ଜାମପଲ୍ଲୀ ଗ୍ରାମର ଗଦା ନାଇକଙ୍କ ପୁଅ ବୁଦ୍ଧିଆ ନାଇକ (୨୫)I ଉଭୟଙ୍କୁ ଗିରଫ କରି ଉଭୟଙ୍କ ନାମରେ ୨୮୧/୨୨ ରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ