ବାଲି ଟ୍ରାକ୍ଟର ଜବତ; ଦୁଇ ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ପକ୍ଷରୁ ବିଗତ କିଛିଦିନ ହେବ ବାଲି ଚୋରଙ୍କ ଉପରେ ଚଢାଉ କରାଯାଉଥିବା ଦେଖିବାକୁ ମିଳୁଛି । ବୈତରଣୀ ନଦୀର ମଣିନାଥପୁର ଠାରୁ ବନ୍ଦାଳୋ-ମଢିଆଳୀ ଯାଏଁ ଅହରହ ବାଲି ଚାଲାଣ ହେଉଥିବାବେଳେ ପୁଲିସର ଲଗାତର ଚଢାଉ ମାଫିଆଙ୍କ ନିଦ ହଜାଇଦେଇଛି । ଗତ ସପ୍ତାହେ ଭିତରେ ମଞ୍ଜୁରୀରୋଡ ସହିତ ମଣିନାଥପୁର ଅଞ୍ଚଳରୁ ବେଆଇନ ବାଲି ଗାଡି ଧରା ହୋଇଥିବାବେଳେ ଆଜି ପୁଣି ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଭୋରୁ ଚଢାଉ ହୋଇଥିଲା । ଚଢାଉ ବେଳେ ନାଆମୀ ଛକ ଠାରୁ ଦୁଇଗୋଟି ବେଆଇନ ବାଲି ଟ୍ରାକ୍ଟର ଜବତ ହୋଇଛି । ଏହା ସହିତ ଗାଡିଚାଳକ ସୁଦର୍ଶନ ଜେନା ଓ ମାନସ କୁମାର ବେହେରାକୁ ପୁଲିସ ଗିରଫ କରି ୨୪୧/୨୦ରେ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ