ବାଲି ଟ୍ରାକ୍ଟର ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ଥାନା ପକ୍ଷରୁ ନଦୀର ମଣିନାଥପୁର ଠାରେ ଚଢ଼ାଉ କରାଯାଇଥିବା ବେଳେ ସେଠାରୁ ଏକ ବେଆଇନ ଓଡି ୩୪ଏଫ୮୦୫୦ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ କର୍ମଚାରୀ ମାନେ ଗାଡିଟିକୁ ଥାନାକୁ ଆଣିଛନ୍ତି। ବାଲି ଚୋରା ଚାଲାଣରେ ଲିପ୍ତ ଥିବା ଡ୍ରାଇଭରକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ ଜାରି ରଖିଥିବା ବେଳେ ଏନେଇ ୨୩୧/୨୨ରେ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି।