ଶ୍ରୀଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୫ତମ ଆବିର୍ଭାବ ଦିବସ ପାଳିତ

ଯୋଡ଼ା, (ସମୀର କୁମାର ଦାସ) : ଯୋଡ଼ା ସତସଙ୍ଗ ବିହାର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୫ ତମ ଆବିର୍ଭାବ ଦିବସ ଅଗଣିତ ଭକ୍ତ ସମାବେଶ ମଧ୍ୟରେ ପାଳିତ ହୋଇଯାଇଛି । ଯୋଡ଼ା ସତସଙ୍ଗ ବିହାରର ଇନଚାର୍ଯ ମଦନ ମୋହନ ବାରିକ ସପ୍ରୠଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପ୍ରାତଃ କାଳରେ ଉଷା କୀର୍ତ୍ତନ, ପ୍ରାର୍ଥନା, ୭/୦୫ରେ ଜନ୍ମ ଲଗ୍ନ ଘୋଷଣା, ପୂର୍ବାହ୍ନ ୧୧-୩୦ରେ ମାତୃସମ୍ମିଳନୀ, ସନ୍ଧ୍ୟା ୭ଟା ୧୫ରେ ନାମ ସଂକୀର୍ତ୍ତନ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଟା ନଗରରୁ ଶ୍ରୀଶ୍ରୀ ଠାକୁରଙ୍କ ସପ୍ରୠ ଚନ୍ଦନ ଦାଶ ମୁଖ୍ୟ ବକ୍ତା ଭାବେ ନିମନ୍ତ୍ରୀତ ହୋଇଥିବା ବେଳେ ପଡୋଶୀ ବଲାଣୀ ସତସଙ୍ଗ ବିହାରର ବୟୋଜ୍ଯଷ୍ଠ ପ୍ରବୀଣ ସହ ପ୍ରତି ଋତିକ ଭବାନୀ ଶଙ୍କର ମାଇତି ଓ ସ୍ଥାନୀୟ ଯୁଗ୍ମ ଖଣି ନିର୍ଦ୍ଦେଶକ କାର୍ଯ୍ୟାଳୟର ଖଣି ଅଧିକାରୀ ଦେବେନ୍ଦ୍ର ନାଥ ଦଳେଇ ସପ୍ରୠ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଶ୍ରୀଶ୍ରୀ ଠାକୁର ୧୮୮୮ ମସିହା ୩୦ଭାଦ୍ରବ ମାସ ତାଳ ନବମୀ ତିଥିରେ ଆବିର୍ଭାବ ହୋଇଥିଲେ । କିପରି ସଂସାର ମଧ୍ୟେ ଥାଇ ଧର୍ମର ଆଶ୍ରୟ ଗ୍ରହଣ ପୂର୍ବକ ଆନନ୍ଦମୟ ଜୀବନ ଅତିବାହିତ କରାଯାଏ ତାହା ସେ ନିଜେ ଆଚରଣ କରି ବିଶ୍ବବାସୀଙ୍କୁ ବଞ୍ଚିବା ବଢିବାର କୌଶଳ ଶିଖାଇ ଦେଇଥିବା କଥା ମୁଖ୍ୟ ବକ୍ତା ଦାଶ ତାଙ୍କ ଭାବ ବିହୋଳିତ ସ୍ବର ରେ ଉପସ୍ଥାପନ କରିଥିଲେ ।ଆୟୋଜିତ ସତସଙ୍ଗ ର କାର୍ଯ୍ୟକ୍ରମ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସୀମିତ ରହିଥିଲେ ସୁଦ୍ଧା ୫୦୦ରୁ ଉର୍ଦ୍ଧ ଭକ୍ତ ଓ ଅନୁରାଗୀ ମନ୍ତ୍ରମୁଗ୍ଧ ଭାବେ ସତସଙ୍ଗକୁ ଉପଭୋଗ କରିଥିବା ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଡା ସତସଙ୍ଗ ବିହାରର ସହ ପ୍ରତି ଋତିକ ଅଶୋକ କୁମାର ପାଣିଗ୍ରାହୀ, କୈଳାସ ଚନ୍ଦ୍ର ଦାସ ଅଧର୍ଜ୍ୟୁ,ହୃଷୀକେଶ ବେହେରା ଯାଜକ,ଚିନ୍ମୟ ପଟ୍ଟନାୟକ ଯାଜକ, ମହେଶ୍ୱର ପାତ୍ର ଯାଜକ, ମନୋଜ ମହାରଣା ଯାଜକ କର୍ମୀ, ଭଗବାନ ଗିରି,ଦିଲ୍ଲୀପ ବେହେରା, ପ୍ରତାପ ଚନ୍ଦ୍ର ନାୟକ, ସୁଧାନନ୍ଦ ଗିରି ଓ ପ୍ରଶାନ୍ତ କୁମାର ଦଣ୍ଡପାଟ ସମେତ ଅନେକ କର୍ମୀ ସହଯୋଗ କରିଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ