ବାଲି ବୋଝେଇ ହାଇୱା ଓଲଟିଲା

ହାଟଡିହି, (ୱାଇଏନ୍‌ଏସ୍‌): ହାଟଡିହି ବ୍ଲକ ସମଣା ହାବଳେଶ୍ୱର ରାସ୍ତାର ବରାଙ୍ଗ ଛକ ନିକଟରେ ଆଜି ଏକ ବାଲି ବୋଝେଇ ହାଇୱା ଓଲଟି ପଡିଛି । ଖବରରୁ ଜଣାଯାଇଛି ଯେ ଓଡି୨୨ଇ ୯୫୩୩ ନମ୍ବର ବିଶିଷ୍ଟ ହାଇୱା ବାଲିବୋଝଇ କରି ଡିମିରିଆ ପଟୁ ଦ୍ରୁତ ଗତିରେ ଫେରୁଥିବାବେଳେ ବରାଙ୍ଗ ଛକଠାରୁ ମାତ୍ର ୫ଶହ ମିଟର ଦୁରରେ ଗାଡିଟି ଓଲଟି ପଡିଥିଲା । କିନ୍ତୁ ସୌାଭଗ୍ୟ ବସତଃ ଗାଡିର ଚାଳକ ଗାଡିରୁ ଡେଇଁପଡି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ଅନ୍ୟପକ୍ଷରେ ଏହାକୁନେଇ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରତିଦିନ ଶହଶହ ବାଲିବୋଝଇ ଗାଡି ଚଳାଚଳ କରିବାଦ୍ୱାରା ୩ମାସ ତଳେ ନିର୍ମାଣ ହୋଇଥିବା ରାସ୍ତାଟି ନଷ୍ଟ ହୋଇଯିବା ସହ ସାଧାରଣ ଲୋକମାନେ ରାସ୍ତାରେ ଯିବା ଆସିବା କରିବାରେ ନିଜକୁ ନିରାପଦ ମଣୁନଥିବାରୁ ଗାଡି ଚଳାଚଳକୁ ବନ୍ଦ କରିବା ପାଇଁ ଲୋକମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ