ବାଲି ମାଫିଆ ସନ୍ତୋଷର ଆତଙ୍କରାଜ : ମାଡ଼ ମାରି ,ମାଉଜର ଦେଖାଇ ଟାଙ୍କା ଓ ସୁନା ଲୁଟ, କାର ଜବତ

ଗଂଜାମ, (ବିନୋଦ ପଲେଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାର୍ତ୍ତିକଢ଼ି ଗ୍ରାମର ବାଲିମାଫିଆ ସନ୍ତୋଷ ରେଡି ଓ ତାର ସହଯୋଗୀ ମାନେ କିଛିଦିନ ନୀରବତା ପରେ ପୁଣି ବାଲିଚାଲାଣ ର ଦାଦାବଟିକୁ ନେଇ ବାଲିଚାଲାଣର ଅନ୍ୟ ଏକ ଗୋଷ୍ଟିକୁ ମାଡ଼ମାରି ,ମାଉଜର ଦେଖାଇ ଟଙ୍କା ଲୁଟ କରି , ଦାଦାବଟି ଦେବାକୁ ଧମାକାଇବାକୁ ଆତଙ୍କ ଖେଳାଇବା ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ସେ ବ୍ୟବହାର କରିଥିବା କାରଟିକୁ ପୋଲିସ ଜବତ କରିଥିବା ବେଳେ ,ସେ ଫେରାର ହୋଇଯାଇଥିବା ଜଣାପଡିଛି। ଯାହାଫଳରେ ଗତ ଦିନରେ ବାଲିଚାଲଣକୁ ନେଇ କର୍ତ୍ତିକଢ଼ି ଓ ବେଣୀଗୌରୀ ଗ୍ରାମବାସୀ ମୁଁହାମୁଁହି ହେବା ସହ ଏକ ଅଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା। ସନ୍ତୋଷ ଗିରିଫ ପରେ ପରିସ୍ଥିତି ଶାନ୍ତ ପଡିଥିବା ବେକେ, ପୁଣି ଅତାଙ୍କ ଆରମ୍ଭ କରିବା ଭବିଷ୍ୟତରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ନହେବ କହି ହେବ ନାହିଁ। ପ୍ରକାଶଥାଉ କି , ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ମଶାଣିଛକ ଠାରେ ବଜ୍ରକୋଟ ବାଲିଘାଟରେ କାର୍ଯ୍ୟରତ ବ୍ରହ୍ମପୁର ସଦର ଥାନାର ଲୋଚାପଡାର ଗୋଷ୍ଟ ଚନ୍ଦ୍ରପାଢ଼ୀ,ସହଯୋଗୀ ଏସ.ଯୁଧିଷ୍ଠିର ରେଡି, ରଜନୀ କୁମାର ଶତପଥୀ ଠିଆ ହୋଇଥିବା ବେଳେ , କାର୍ତ୍ତିକଢ଼ି ଗ୍ରାମର ବାଲିମାଫିଆ ତଥା ଅପରାଧୀ ସନ୍ତୋଷ ରେଡି ଏକ କାର (OD02S4700) ରେ ଓ ତାଙ୍କର ପାଞ୍ଚଜଣ ସହଯୋଗି ବାଇକରେ ଆସି ଏଠାରେ କଣ କରୁଛ ଓ କାହା ଲୋକ ବୋଲି ପଚାରିଥିଲେ। ଠିଆ ହୋଇଥିବା ପାଢ଼ୀ ବାଲିମାଫିଆ ମୁଦୁଲିର ଷ୍ଟାଫ କହିବାରୁ ଅତର୍କିତ ଆକ୍ରମଣ କରିଥିଲେ । ପରେ ସନ୍ତୋଷ ମାଉଜ ଲଗାଇ ମୋର ସୁନା ଚେନ ଏବଂ ନଗଦ ୨୭ହଜାର ୨୦୦ଟଙ୍କା ଜୋରଜବରଦସ୍ତ ନେଇଯାଇଥିଲେ । ଏବଂ ଥାନାରେ ଏତଲା ଦେଲେ ଜୀବନରେ ମାରିଦେବୁ , ମାସକୁ ଦୁଇ ଲକ୍ଷ ବଟି ନଦେଲେ ତୁ ଏଠାରେ କିଛି କରିପାରିବୁ ନାହିଁ ବୋଲି ଧମକ ଦେଇ ଚାଲିଯାଇଥିଲେ। ପରେ ଏନେଇ ରମ୍ଭା ଥାନାରେ ଅଭିଯୋଗ ହେବାପରେ ରମ୍ଭା ଆଇଆଇସି ଦୀପ୍ତ ରଞ୍ଜନ ବେହେରା କେଶ ନମ୍ବର ୪୦୪/୨୧ , ୩୯୫ ଆଇପିସି ୨୫(1-B) arms act ମକଦ୍ଦମା ରୁଜୁ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ଘଟଣା ଦିନ ସନ୍ତୋଷ ବ୍ୟବହାର କରିଥିବା କାର ଟି କି ପୋଲିସ ଜବତ କରିଛି। ପ୍ରକାଶ ଥାଉ କି ବାଲିମାଫିଆ ସନ୍ତୋଷ ବଜ୍ରଘଟାରୁ ଗତ ବର୍ଷ ବାଲି ଚାଲାଣ କରୁଥିବା ବେଲେ ବେଣୀଗୌରି ଗ୍ରାମରେ ଏକ ନିର୍ମାଣଧୀନ ଏକ ରାସ୍ତାକୁ ତାର ବାଲି ଚାଲାଣ ହେଉଥିବା ଟିପର ଓ ହାଇବା ଭାଙ୍ଗି ଦେଉଥିବା ବେଳେ, ଘର ଗୁଡିକ ନଷ୍ଟ ହେଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ। ପରେ ସନ୍ତୋଷ ଆତଙ୍କ ସୃଷ୍ଟି କରିବାରୁ ବେଣିଗୌରି ଓ କାର୍ତ୍ତିକଢ଼ି ଗ୍ରାମ ବସି ମୁଁହାମୁଁହି ହୋଇଥିଲେ। ପରେ କର୍ତ୍ତିକଢ଼ି ଗ୍ରାମବସି ସନ୍ତୋଷ ଓ ତାର ପରିବାରକୁ ଗ୍ରାମରୁ ବାହାର କରିଦେଇଥିଲେ । ପରେ ସନ୍ତୋଷ ଜତୀୟ ରାଜପଥ ପ୍ରସସ୍ତି ନିର୍ମାଣ ଆସ୍ଥାୟୀ କ୍ୟାମ୍ପ ଉପରେ ଡକାୟତି ଯୋଜନ ଅଭିଯୋଗରେ ଜେଲ ଯାଇଥିଲା। ଅନ୍ୟପଟେ ବେଣୀଗିଉରୀ ଓ କାର୍ତ୍ତିକଢ଼ି ଗ୍ରାମର ବିବାଦ ପ୍ରଶାସନ ଉପସ୍ଥିତିରେ ଦୁଇଟି ଗ୍ରାମର ଶାନ୍ତି କମିଟି ଲୋକଙ୍କୁ ନେଇ ବେଣୀଗିଉରୀ ନିକଟ ବାଲି ଘାଟ ବନ୍ଦ କରାଯିବ ପାଇଁ ନିଷ୍ପତ୍ତି ହୋଇ ସମାଧାନ ହୋଇଥିଲା। ସେହିପରି ସନ୍ତୋଷର ଆଉ ଗ୍ରାମରେ ଆତଙ୍କ ସୃଷ୍ଟି କରିବିନି ବୋଲି କହିବା ପରେ ପ୍ରଶାସନ ସହାୟତାରେ ତାଙ୍କ ପରିବାର ଗ୍ରାମକୁ ଫେରିଥିଲେ। ଜେଲରୁ ଫେରିବା ପରେ ସନ୍ତୋଷ କିଛି ଦିନର ନୀରବତା ପରେ , ହାତରୁ ବାଲି ରାମ୍ପ ପଳାଇଥିବାରୁ ପୁନର୍ବାର ସେହି ବାଲିକୁ ନେଇ ସନ୍ତୋଷ ଆତଙ୍କ ଆରମ୍ଭ କରିଦେଇଥିବାରୁ,କୌଣସି ମୁହୂର୍ତ୍ତରେ ବିସ୍ପୋରକ ପରିସ୍ଥିତି ମୁଣ୍ଡ ଗଡ଼ିବା ଆଶଙ୍କାକୁ ଏଡାଇ ହେବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ